ମୁଖ୍ୟ ଖବର
ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ସଂସ୍ଥା ଦ୍ୱାରା ପ୍ରସ୍ତୁତ କୋଭିଡ ଉପଯୋଗୀ ଔଷଧ କରୋନିଲ ପୁଣି ଥରେ ବିବାଦରେ ଫସିଛି । ଗତ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଓ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀଙ୍କ ଉପସ୍ଥିତିରେ ରାମଦେବ ଉକ୍ତ ଔଷଧର ଲୋକାର୍ପଣ କରିଥିଲେ ।ଏହା ଆୟୁଷ ମନ୍ତ୍ରଣାଳୟର ଭେଷଜ ଉପôାଦ ପ୍ରମାଣପତ୍ରପ୍ରାପପ୍ତ(ସିଓପିପି) ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଉତମ ପ୍ରସ୍ତୁତ ପ୍ରଣାଳୀ ପ୍ରମାଣପତ୍ରପ୍ରାପ୍ତ(ଜିଏମପି) ଔଷଧ ବୋଲି ରାମଦେବ ଘୋଷଣା କରିଥିଲେ । ତେବେ ରାମଦେବଙ୍କ ଏଭଳି ଘୋଷଣା ସମ୍ପୂର୍ଣ୍ଣ ମିଛ ଏବଂ ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଭାରତୀୟ ଭେଷଜ ସଂଘ (ଆଇଏମଏ) ଦାବି କରିଛି । ଦେଶର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମ୍ମୁଖରେ କିପରି ନିର୍ଦ୍ଧାରିତ ପରୀକ୍ଷାନୀରିକ୍ଷା ବିହୀନ ତଥା ବିଜ୍ଞାନସମ୍ମତ ତଥ୍ୟବିହୀନ ଔଷଧର ଏପରି ପ୍ରଚାର କରାଗଲା ବୋଲି ଆଇଏମ୍ଏ ପ୍ରଶ୍ନ କରିଛି । ସମଗ୍ର ଦେଶ ଏବାବଦରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ କୈଫତ ଚାହୁଁଛି ଏବଂ ଭାରତୀୟ ଭେଷଜ ପରିଷଦର ଆଚାର ସଂହିତାକୁ ଅସମ୍ମାନ କରିଥିବା ବାବା ରାମଦେବଙ୍କ ଠାରୁ ମଧ୍ୟ କୈଫତ ମାଗିବା ଲାଗି ସଂଘ ଜାତୀୟ ଭେଷଜ ପରିଷଦକୁ ଚିଠି ଲେଖିବ ବୋଲି କହିଛି ।
Comments ସମସ୍ତ ମତାମତ