Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସାବଧାନ ଏହି ଭିଟାମିନର ଅଭାବ ହେଲେ, ଆପଣଙ୍କୁ ହୋଇପାରେ କରୋନା

    Share on :
    ajab-Image
    Date: Nov 20, 2020    Views: 2328

    ଭୁବନେଶ୍ୱର ; ଏବେ ସଭିଙ୍କୁ ଘାରିଛି କରୋନା ଭୟ । ଏହି ମହାମାରୀଠୁ ବଞ୍ଚିବା ପାଇଁ ସମସ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ।  ନିୟମିତ ହାତକୁ ସାନିଟାଇଜ କରିବା ସହ ସାମାଜିକ ଦୂରତ୍ୱକୁ କଡ଼ାକଡ଼ିଭାବେ ପାଳନ କରୁଛନ୍ତି । ଖାଲି ସେତିକି ନୁହେଁ ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧୁଛନ୍ତି । ତେବେ ଏତେ ସତ୍ତ୍ୱେ ବି  ଯଦି ଜଣକ ଶରୀରରେ ଏଭଳି ଏକ ଭିଟାମିନର ଅଭାବ ରହେ ତେବେ ସେ କରୋନାର ଶିକାର ହୋଇପାରନ୍ତି  । ସେଇ ଭିଟାମିନଟି ହେଉଛି ଭିଟାମିନ-ଡି  । ଏହି ଭିଟାମିନର ଅଭାବ ଥିବା ଲୋକମାନେ କରୋନାର କବଳରେ ସାଙ୍ଗେ ସାଙ୍ଗେ ଆସିଯାନ୍ତି । ଏପରି ସମୟରେ ବହୁତ ଜରୁରୀ ହୋଇଯାଏ ଯେ ଆପଣ ସଂକ୍ରମଣରୁ ବଞ୍ଚିବା ପାଇଁ ନିଜ ଭୋଜନରେ ସେହି ଖାଦ୍ୟକୁ ସାମିଲ କରନ୍ତୁ ଯାହା ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ - ଡିର ଅଭାବ ପୂରଣ ହୋଇପାରିବ । ଭିଟାମିନ- ଡି ପ୍ରାପ୍ତକରିବାର ମାଧ୍ୟମ ବହୁତ ସୀମିତ । ଏହାର ସଂଖ୍ୟା ସେମାନଙ୍କ ପାଇଁ  ଆହୁରି କମିଯାଏ ଯେତେବେଳେ କେହି ଶାକାହାରୀ ହୋଇଥାନ୍ତି । ଆପଣଙ୍କୁ ମନେପକେଇ ଦେଉକି ଆମ ଦେଶରେ ଅଧାରୁ ଅଧିକ ଲୋକ ଭିଟାମିନ - ଡିର ଅଭାବ ସହ ସମ୍ମୁଖୀନ କରୁଛନ୍ତି । 

     ତେବେ ଚାଲନ୍ତୁ ଜାଣିବା କେମିତି ଏହାର ଅଭାବକୁ ପୂରଣ କରିପାରିବେ । 
    ଶରୀରକୁ କେମିତି ମିଳିଥାଏ ଭିଟାମିନ ଡି? 
    ସାଧାରଣ ଭାବେ ସୂର୍ଯ୍ୟକିରଣ ଏବଂ ମାଂସରେ ଭିଟାମିନ ଡି ଅଧିକ ପରିମାଣରେ ମିଳିଥାଏ । କିନ୍ତୁ ଯେଉଁମାନେ ଶାକାହାରୀ ଏବଂ ଯେଉଁମାନେ ଖରାରେ ବସିବାକୁ ସମୟ ପାଆନ୍ତି ନାହିଁ, ସେମାନେ ଡାକ୍ତରଙ୍କ ସହ ପରାମର୍ଶ କରି ନିଜର ଏହି ଅଭାବକୁ ପୂରଣ କରିପାରିବେ । 
     ଶୁଦ୍ଧ କ୍ଷୀର ପିଅନ୍ତୁ - ଶୁଦ୍ଧ କ୍ଷୀର ପାନ କରିବା ଦ୍ୱାରା ଆପଣ ଏହାର ଅଭାବ ପୂରଣ କରିପାରିବେ । ବଜାରରେ ମିଳୁଥିବା ଗୁଣ୍ଡ କ୍ଷୀର କିଣିଲା ବେଳେ ଉକ୍ତ କ୍ଷୀରରେ  ଭିଟାମିନ ଡି ଅଛିନା ନାହିଁ ଜାଣନ୍ତୁ ଓ ନିୟମିତ ତାକୁ ପିଅନ୍ତୁ ।  
    ଶୁଦ୍ଧ କମଳା ରସ ପିଅନ୍ତୁ - ବ୍ୟସ୍ତ ବହୁଳ ଜୀବନରେ କମଳା ରସ କରି ପିଇବା ସମୟ  ସାପେକ୍ଷ ତେଣୁ ବଜାରରେ ମିଳୁଥିବା ପ୍ୟାକେଟ କମଳା ରସ କିଣନ୍ତୁ କିଣିବା ସମୟରେ ତା ଭିତରେ ଭିଟାମିନ ଡି ଅଛି କି ନାହିଁ ସେ ପ୍ରତି ଧ୍ୟାନ ଦିଅନ୍ତୁ । 
    ଅଣ୍ଡାର କେଶର ଖାଆନ୍ତୁ - ଅଣ୍ଡା ଭିତର ହଳଦିଆ ଅଂଶରେ ଅନେ ପୈାଷ୍ଟିକ ତତ୍ୱ ରହିଥାଏ । ଏବଂ ପ୍ରୋଟିନରେ ଭରପୁର ଥାଏ । ତେଣୁ ଅଣ୍ଡା ଖାଇବା ଦ୍ୱାରା  କେବଳ ଭିଟାମିନ ଡି ନୁହେଁ ତା ସହ ଅନେକ  ଶରୀରକୁ ଅନେକ ପୋଷକ ତତ୍ୱ ପ୍ରଦାନ କରିଥାଏ । 
    ମାଛ ଖାନ୍ତୁ - ଡବାବନ୍ଦ ଟୁନା ଫିସ,ଚନା ମାଛ ଇତ୍ୟାଦି ଖାଇଲେ ମଧ୍ୟ ଆପଣ ଭିଟାମିନ ଡି ପାଇ ପାରିବେ ।   
    ପ୍ରସ୍ତୁତି - ହରପ୍ରିୟା ପୃଷ୍ଟି                                                                                                          

     

    Maximum 500 characters

    ବିଶେଷ View all

    Find Us on Facebook