ମୁଖ୍ୟ ଖବର
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରୁଥିବାରୁ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ ଏହାରି ଭିତରେ ଏକ ଭଲ ଖବର ଆସିଛି । ତାହା ହେଲା ଋଷରୁ କରୋନା ଟିକା ଆସିବ । କରୋନା ଟିକା ‘ସ୍ଫୁଟନିକ-ଭି’ ଏବେ ଭାରତକୁ ଆସିବ । ପାଖାପାଖି ୧୦ କୋଟି କରୋନା ଟିକା ଆସିବ । ଭାରତକୁ ୧୦ କୋଟି ‘ସ୍ଫୁଟନିକ-ଭି’ ଟିକା ଦେବାକୁ ଚୁକ୍ତି ହୋଇଛି । ଭାରତୀୟ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀକୁ ଏହି ଟିକା ମିଳିବ । ତେବେ ବିଶେଷଜ୍ଞ କମିଟିର ଅନୁମତି ମିଳିଲା ପରେ ଏହି ଟିକା ମିଳିବ ବୋଲି ଜଣାଯାଇଛି ।
Comments ସମସ୍ତ ମତାମତ