Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଧାୟକ ଓ କର୍ମଚାରୀଙ୍କ କରାଯିବ କୋଭିଡ ଟେଷ୍ଟ

    Share on :
    ajab-Image
    Date: Nov 25, 2021    Views: 2894

    ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ବସିବ ବିଧାନସଭା ଅଧିବେଶନ । ୨୮, ୨୯, ୩୦ ରେ ସମସ୍ତ ବିଧାୟକ ଓ କର୍ମଚାରୀଙ୍କ ଟେଷ୍ଟ କରାଯିବ । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ ବୋଲି ବିଧାନସଭା ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର କହିଛନ୍ତି । ଏଥିସହ ବିଧାନସଭା ସଦସ୍ୟମାନେ ଗୃହରେ ବସିବା ସହ ବାଚସ୍ପତି ଗ୍ୟାଲେରୀ, ପବ୍ଲିକ ଗ୍ୟାଲେରୀ, ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇପାରିବେ ।
    ସମସ୍ତ ବିଧାୟକ ବିଧାୟିକା, କର୍ମଚାରୀ, ପିଏସଓ ଡ୍ରାଇଭରଙ୍କ ସହ ବିଧାନସଭା ଆସିବାକୁ ଥିବା ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ । ୨୮, ୨୯, ୩୦ରେ ସମସ୍ତଙ୍କ ଟେଷ୍ଟ କରାଯିବ । ଆଣ୍ଟିବାଡି ଓ କୋଭିଡ ଟେଷ୍ଟ କରାଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ସଚିବ, ଅଧିକାରୀ ଓ ବିଏମସି ଅଧିକାରୀଙ୍କ ସହ ଆଲୋଚନା ସରିଥିବା ବାଚସ୍ପତି କହିଛନ୍ତି । ସବୁଦିନ ବିଶୋଧନ କରାଯିବ । ତେବେ ବିଧାନସଭା କେତେ ସମୟ ଚାଲିବ ସେନେଇ ୨୯ ରେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯିବ ବାଚସ୍ପତି କହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook