Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ରାଜ୍ୟରେ ୩୩୫ କରୋନା ପଜିଟିଭ ଚିହ୍ନଟ

    Share on :
    ajab-Image
    Date: Nov 25, 2021    Views: 3468

    ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନେ କମିଲେ ଦିନେ ବଢୁଛି ।  ଗତ ୨୪ଘଣ୍ଟାରେ ରାଜ୍ୟରେ ୩୩୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ  ୧୯୭ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୧୩୮ ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୪୭ ଜଣ ରହିଛନ୍ତି । 

    ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୪୧ଜଣ, ଅନୁଗୁଳରୁ ୧, ବାଲେଶ୍ୱରରୁ ୧୩, ବରଗଡରୁ ୩, ଭଦ୍ରକରୁ ୩, ବୈଦ୍ଧରୁ ୨, କଟକରୁ ୨୧, ଦେବଗଡରୁ ୧, ଢେଙ୍କାନଳରୁ ୩,  ଜଗତସିଂହପୁରରୁ ୬,  ଯାଜପୁରରୁ ୧୦, ଝାରସୁଗୁଡାରୁ ୫, କେନ୍ଦ୍ରାପଡାରୁ ୮, କେନ୍ଦୁଝରରୁ ୩, ମୟୂରଭଞ୍ଜରୁ ୧୨, ନୟାଗଡରୁ ୨, ପୁରୀରୁ ୬, ରାୟଗଡାରୁ ୧, ସମ୍ବଲପୁରରୁ ୫୧, ସୁନ୍ଦରଗଡରୁ ୮, ସୋନପୁରରୁ ୧ ଓ ରାଜ୍ୟପୁଲରୁ ୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 
    ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୮ହଜାର ୦୦୯କୁ ବୃଦ୍ଧି ପାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook