Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଶ୍ୱରେ କରୋନାରେ ମୃତୁ୍ୟବରଣ କଲେଣି ୩୦ ଲକ୍ଷ

    Share on :
    ajab-Image
    Date: Apr 7, 2021    Views: 3398

    ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଏବେ କରୋନା ସଂକ୍ରମଣ ପୂର୍ବାପେକ୍ଷା ଅଧିକ ଦ୍ରୁତ ଗତିରେ ବ୍ୟାପୁଛି । ତେବେ ଚଳିତ ଲହରରେ ସଂକ୍ରମଣ ଅପେକ୍ଷା ମୃତୁ୍ୟ ସଂଖ୍ୟା ଅଧିକ ବଢ଼ୁଛି । ବିଶ୍ୱରେ କରୋନା ମୃତୁ୍ୟ ୩୦ ଲକ୍ଷ ଟପିଯାଇଛି । ବିଶେଷ କରି ବ୍ରାଜିଲ ଏବଂ ଭାରତରେ କରୋନା ମୃତୁ୍ୟ ବଢ଼ିଚାଲିଛି । ରଏଟରସ ତଥ୍ୟ ଅନୁଯାୟୀ ସମଗ୍ର ବିଶ୍ୱରେ କରୋନା ମୃତୁ୍ୟ ୨୦ ଲକ୍ଷ ଟପିବା ପାଇଁ ଗୋଟିଏ ବର୍ଷରୁ ଅଧିକ ଦିନ ଲାଗିଥିଲା କିନ୍ତୁ ମାତ୍ର ୩ ମାସରେ ପରବର୍ତ୍ତୀ ୧୦ ଲକ୍ଷ ମୃତୁ୍ୟ ହୋଇଛି । ବ୍ରାଜିଲରେ କରୋନା ମୃତୁ୍ୟ ଲଗାତାର ଭାବେ ବଢ଼ିଚାଲିଛି । ସମଗ୍ର ବିଶ୍ୱରେ ପ୍ରତି ୪ ମୃତୁ୍ୟରୁ ଗୋଟିଏ ବ୍ରାଜିଲରେ ହେଉଛି । ଏହିପରି ଭାବେ ଯଦି କରୋନା ମୃତୁ୍ୟ ବଢ଼ିଚାଲେ ତେବେ ଆଗକୁ ଅତି ଜଟିଳ ସ୍ଥିତି ଉପୁଜିବ । ତେବେ ୫ ୟୁରୋପୀୟ ରାଷ୍ଟ୍ର ବି୍ରଟେନ, ରୁଷ, ଫ୍ରାନ୍ସ, ଇଟାଲି ଏବଂ ଜର୍ମାନୀରେ ବିଶ୍ୱର ମୋଟ କରୋନା ମୃତୁ୍ୟର ୬୦ ପ୍ରତିଶତ ରହିଛି । ଆମେରିକାରେ ସର୍ବାଧିକ ୫୫୫,୦୦୦ ଜଣଙ୍କ କରୋନାରେ ମୃତୁ୍ୟ ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook