ମୁଖ୍ୟ ଖବର
ନୂଆଦିଲ୍ଲୀ : ବିହାରରେ ଆଉ ଜଣେ ମନ୍ତ୍ରୀଙ୍କ ଜୀବନ କରୋନାରେ ଯାଇଛି । ଏହାକୁ ମିଶାଇ ଦେଶରେ ୨୦ ସାଂସଦ ଓ ବିଧାୟକଙ୍କ ଜୀବନ କରୋନା ଯୋଗୁଁ ଯାଇଛି । ୭୦ ବର୍ଷୀୟ କପିଲ ଦେବ କାମତ ଦ୍ୱିତୀୟ ମନ୍ତ୍ରୀ ଭାବେ ଏବଂ ବିହାରର ତୃତୀୟ ବିଧାୟକ ଭାବେ କରୋନାରେ ପ୍ରାଣ ହରାଇଛନ୍ତି । ମନ୍ତ୍ରୀ କମତ କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ପ୍ରାଣ ହରାଇଥିବା କୁହାଯାଉଛି ।
ପ୍ରକାଶ ଯେ, ଗତ ଅକ୍ଟୋବର ୧୨ ତାରିଖରେ କ୍ୟାବିନେଟ ମନ୍ତ୍ରୀ ବିନୋଦ କୁମାର ସିଂହଙ୍କର କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମୃତୁ୍ୟ ହୋଇଥିଲା । ତେବେ ଦେଶରେ ମୋଟ ୭ ମନ୍ତ୍ରୀଙ୍କ କରୋନାରେ ମୃତୁ୍ୟ ହୋଇଛି । କେନ୍ଦ୍ରମନ୍ତ୍ରୀ ସୁରେଶ ଅଙ୍ଗାଦିଙ୍କର ନିକଟରେ ମୃତୁ୍ୟ ହେବା ସହ ବିହାର ଏବଂ ଭତ୍ତରପ୍ରଦେଶରେ ଯଥାକ୍ରମେ ୨ ମନ୍ତ୍ରୀ, ଝାଡଖଣ୍ଡ ଏବଂ ନାଗାଲାଣ୍ଡରେ ଗଣେ ଲେଖାଏଁ ମନ୍ତ୍ରୀଙ୍କର କରେନା କିମ୍ବା କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମୃତୁ୍ୟ ହୋଇଛି । ପ୍ରାଣ ହରାଇଥିବା ମୋଟ ୨୦ ସାଂସଦ ଓ ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କର କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମୃତୁ୍ୟ ହୋଇଥିବା ଜଣାପଡ଼ିଛି ।
Comments ସମସ୍ତ ମତାମତ