Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୟୁରୋପରେ ଅକ୍ଟୋବରରୁ ବଢ଼ିବ କରୋନା ମୃତୁ୍ୟ

    Share on :
    ajab-Image
    Date: Sep 16, 2020    Views: 3293

    ଜେନିଭା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ୟଏଚଓ) ଦ୍ୱାରା ଚେତାବନୀ ଦିଆଯାଇଛି କି ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସରେ ୟୁରୋପର ବିଭିନ୍ନ ଦେଶରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ । ୟୁରୋପ ପାଇଁ ସଂଗଠନର ନିଦେ୍ର୍ଧଶକ ହାନ୍ସ କ୍ଲଗ କହିଛନ୍ତି ଯେ ୟୁରୋପରେ କରୋନା ସ୍ଥିତି ଏବେ ସ୍ଥିର ରହିଛି । ଗ୍ରୀଷ୍ମଋତୁରେ କରୋନା ସଂକ୍ରମଣ ମାମଲା ବଢ଼ିବା ସତ୍ତ୍ୱେ ବି ମୃତୁ୍ୟ ସଂଖ୍ୟା ବଢ଼ି ନଥିଲା । ହେଲେ ଅକ୍ଟୋବର ଓ ନଭେମ୍ବର ମାସରେ ଏହି ଚିତ୍ର ବଦଳି ଯାଇପାରେ । ସେ କହିଛନ୍ତି ଡବ୍ଲୁ୍ୟଏଚଓର ୟୁରୋପ ଶାଖାର ସଦସ୍ୟ ଥିବା ୫୫ଟି ଦେଶ ଅନଲାଇନ ଯୋଗେ ବୈଠକ କରି କରୋନା ମୁକାବିଲା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ସେମାନେ ଏଥିପାଇଁ ୫ ବର୍ଷିଆ ଯୋଜନା ପ୍ରସ୍ତୁତ କରିଛନ୍ତି । କରୋନା ଏତେ ଶୀଘ୍ର ସମାଜରୁ ଦୂରେଇ ଯିବ ନାହିଁ । ତେଣୁ କରୋନା ସହିତ ଆମକୁ ଚଳିବାକୁ ହେବ ଏବଂ ଜୀବନଧାରାକୁ ଅବ୍ୟାହତ ରଖିବାକୁ ପଡ଼ିବ । ସମସ୍ତେ ଆଶା କରୁଛନ୍ତି ଯେ କରୋନାର ପ୍ରକୋପ କେବେ ଶେଷ ହେବ ତାହା ଆମେ ଘୋଷଣା କରିବା ଦରକାର । ମୁଁ ମଧ୍ୟ ଅନେକ ଥର ଏପରି କହିବାକୁ ଚିନ୍ତା କରିଛି । କିନ୍ତୁ ଏହା ଯଥାର୍ଥ ହେବ ନାହିଁ । କାରଣ ଆମେ ଜାଣିଛୁ ଯେ କରୋନା ସଂକ୍ରମଣ ଏତେ ଶୀଘ୍ର ଶେଷ ହେବ ନାହିଁ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook