Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି କଡ଼ ଲେଉଟାଇଲା କରୋନାର ନୂଆ ଭାରିଆଣ୍ଟ

    Share on :
    ajab-Image
    Date: Nov 11, 2026    Views: 2477

    ନୂଆଦିଲ୍ଲୀ: ପୁଣି କଡ଼ ଲେଉଟାଇଲା କରୋନାର ନୂଆ ଭାରିଆଣ୍ଟ । କରୋନାର ନୂଆ ଭାରିଆଣ୍ଟ PJ.2.1 ଏକାଧିକ ଦେଶରେ ଚିହ୍ନଟ ହେବା ପରେ ବଢିଲା ଚର୍ଚ୍ଚା । ରିପୋର୍ଟ ଅନୁସାରେ, ମେ’ ୨୦୨୬ରେ କାନାଡାର ଅଣ୍ଟାରିଓରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା । ପରବର୍ତ୍ତୀ ସମୟରେ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଏସିଆର କିଛି ଅଞ୍ଚଳରେ ମଧ୍ୟ ଏହାର ଉପସ୍ଥିତି ମିଳିଛି ।

    ତେବେ ଏହା ପୂର୍ବ ଭାରିଆଣ୍ଟ ଅପେକ୍ଷା ଅଧିକ ଗୁରୁତର ରୋଗ କିମ୍ବା ଅଧିକ ମୃତ୍ୟୁ ଘଟାଉଛି ବୋଲି ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପ୍ରମାଣ ନାହିଁ । ଏହି ଭାରିଆଣ୍ଟକୁ ନେଇ ଚର୍ଚ୍ଚାର କାରଣ ହେଉଛି ଏହାର ସ୍ପାଇକ୍ ପ୍ରୋଟିନ୍ ରେ ହୋଇଥିବା ଅନେକ ଜିନଗତ ପରିବର୍ତ୍ତନ ।

    ଏହି ପ୍ରୋଟିନ୍ ସାହାଯ୍ୟରେ ଭୂତାଣୁ ମଣିଷର କୋଷରେ ପ୍ରବେଶ କରେ । କୋଭିଡ୍ ର ଲକ୍ଷଣ ସାଧାରଣ ଥଣ୍ଡା ଓ ଜ୍ବର ସହ ମେଳ ଖାଇପାରେ । ତେଣୁ ଜ୍ୱର, କାଶ କିମ୍ବା ଗଳାବଥାକୁ ଦେଖି କେଉଁ ଭୂତାଣୁର ସଂକ୍ରମଣ ହୋଇଛି, ତାହା ନିଶ୍ଚିତ କରିବା କଷ୍ଟକର ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook