Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦେଶରେ ପୁଣି କାୟା ମେଲାଉଛି କୋରୋନା: ଦିନକରେ ୧୩୩୧୩ ସଂକ୍ରମିତ, ୩୮ ମୃତ

    Share on :
    ajab-Image
    Date: Jun 23, 2022    Views: 3026

    ନୂଆଦିଲ୍ଲୀ: ଦେଶରେ ପୁଣି କାୟା ମେଲାଉଛି କୋରୋନା । ପ୍ରତିଦିନ ସଂକ୍ରମଣ ମାମଲା ୧୦ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍‌ ୧୩,୩୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଆଜି ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

    ଦିନକରେ ୩୮ ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ଏହାସହ ୧୦,୯୭୨ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ୮୦ ହଜାର ଉପରେ ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୩,୯୯୦କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭ ହାର ୨.୦୩%ରେ ପହଞ୍ଚିଛି ।ଏଯାବତ୍ ୪,୨୭,୩୬,୦୨୭ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ ୫,୨୪,୯୪୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୬ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୨,୯୧,୯୪୧ ଜଣଙ୍କୁ ଟିକା ଦିଆଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook