Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ରାଜ୍ୟରେ ୧୮ କରୋନା ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାର

    Share on :
    ajab-Image
    Date: May 14, 2022    Views: 3277

    ଭୁବନେଶ୍ୱର: ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ  ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫ଜଣ ରହିଥିବାବେଳେ ୧୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି   । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ୧୩ ଜଣ ରହିଛନ୍ତି   । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୮ହଜାର ୨୯୦ଜଣକୁ ବୃଦ୍ଧି ପାଇଛି  ।

    ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଡାରୁ ସର୍ବାଧିକ ୧୩ଜଣ, କଟକରୁ ୨ଜଣ, ଖୋର୍ଦ୍ଧା, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook