Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦକ୍ଷିଣ ଆଫ୍ରିକା ଫେରନ୍ତା କୋଭିଡ ସଂକ୍ରମିତ ଚିହ୍ନଟ

    Share on :
    ajab-Image
    Date: Nov 29, 2021    Views: 3573

    ମୁମ୍ବଇ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଘାତକ ପ୍ରକରଣ ଓମିକ୍ରନ ଚିହ୍ନଟ ହେବା  ବିଶ୍ୱବାସୀଙ୍କର ଚିନ୍ତା ବଢାଇଥିବାବେଳେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ ମହାରାଷ୍ଟ୍ରର ଥାନେ ଜିଲାରେ କୋଭିଡ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ନଭେମ୍ବର ୨୪ ତାରିଖ ଦିନ ସେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ତାଙ୍କୁ ସଂପ୍ରତି ଏକାନ୍ତବାସରେ ରଖାଯାଇଛି । ଅମନ ନାମକ ଏହି ବ୍ୟକ୍ତିଜଣକ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଥାନେ ଜିଲାର ଡୋମ୍ବିଭିଲିଠାରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା ଏବଂ ରବିବାର ରିପୋର୍ଟ ଆସିବା ପରେ ସେ କୋଭିଡ ସଂକ୍ରମିତ ଥିବା ଜଣାଯାଇଛି । ତାଙ୍କ ନମୁନାକୁ ଜେନୋମ ସିକ୍ୱେନସିଂ ପାଇଁ ପଠାଯାଇଛି । ସେଥିରୁ ସେ ନୂଆ ପ୍ରକରଣ ଓମିକ୍ରନ ଦ୍ୱାରା ଆକ୍ରାନ୍ତ କି ନାହିଁ ତାହା ସ୍ପଷ୍ଟ ଜଣାଯିବ । ତାଙ୍କୁ ସଂପ୍ରତି  ଏକାନ୍ତବାସରେ ରଖାଯାଇଛି ।

    ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦୁଇଜଣ ବ୍ୟକ୍ତି ବେଙ୍ଗାଲୁରୁରେ କୋଭିଡ ସଂକ୍ରମିତ ଥିବା ଚିହ୍ନଟ ହୋଇଥିଲେ । ତେବେ ସେମାନେ ଡେଲଟା ପ୍ରକରଣ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook