Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଓମିକ୍ରନ ଭାରିଏଣ୍ଟ ବିରୋଧରେ ଟିକା କାମ କରିବ ନାହିଁ

    Share on :
    ajab-Image
    Date: Nov 29, 2021    Views: 3459

    ହାଇଦ୍ରାବାଦ: ଚିନ୍ତା ବଢାଇଲାଣି କୋରୋନା ନୂଆ ଭାରିଆଣ୍ଟ ଓମିକ୍ରନ ବି.୧.୧.୫୨୯ । ଏହି ଭାରିଏଣ୍ଟ ବିରୋଧରେ ଟିକା କାମ କରିବ ନାହିଁ । WHO ଏହାକୁ 'ଭାରିଏଣ୍ଟ ଅଫ କନସର୍ଣ୍ଣ' ତାଲିକାରେ ସାମିଲ କରିବା ପରେ ଭୟ ଆହୁରି ବଢିଛି । ଡେଲଟା ଅପେକ୍ଷା ଓମିକ୍ରନ୍ ୬ ଥର ଅଧିକ ଦ୍ରୁତ ସଂକ୍ରମଣ କରିବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି ବିଶେଷଜ୍ଞ । ଏ ନେଇ ସତର୍କ ରହିବା ହିଁ ଏକମାତ୍ର ବାଟ ।

    ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ ବର୍ତ୍ତମାନ ହଂକଂ, ବୋସ୍ବାନ ଓ ବେଲଜିୟମ ପରେ ଭାରତର ପଡୋଶୀ ଦେଶ ବାଂଲାଦେଶରୁ ମଧ୍ୟ ଚିହ୍ନଟ ହୋଇଛି । ଓମିକ୍ରନ କୋରୋନାର ଅନ୍ୟ ଭ୍ୟାରିଏଣ୍ଟ ଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ପକ୍ଷରୁ କୁହାଯାଇଛି। ପୂର୍ବର ଆସିଥିବା ଡେଲ୍ଟା, ଡେଲ୍ଟା ପ୍ଲସ, ଆଲ୍ଫା, ବିଟା ଓ ଗାମା ଭ୍ୟାରିଏଣ୍ଟ ଠାରୁ ଏହା ଅଧିକ ଚିନ୍ତାଜନକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି।
    କୋରୋନାର ନୂତନ ପ୍ରକାରରେ ସ୍ପାଇକ୍ ପ୍ରୋଟିନ୍ କ୍ଷେତ୍ରରେ ୩୦ ରୁ ଅଧିକ ମ୍ୟୁଟେସନ୍ ଅଛି ଏବଂ ତେଣୁ ଏହା ପ୍ରତିରକ୍ଷା ପ୍ରଣାଳୀରୁ ଦୂରେଇ ରହିବା କ୍ଷମତା ବିକାଶ କରିବାର ସମ୍ଭାବନା ଅଛି । ଅଧିକାଂଶ ଟିକା ସ୍ପାଇକ୍ ପ୍ରୋଟିନ୍ ବିରୁଦ୍ଧରେ ଆଣ୍ଟିବଡି ସୃଷ୍ଟି କରି କାର୍ୟ୍ୟ କରିଥାଏ । ତେଣୁ ସ୍ପାଇକ୍ ପ୍ରୋଟିନ୍ ଅଞ୍ଚଳରେ ଅନେକ ପରିବର୍ତ୍ତନ ଟିକାଗୁଡ଼ିକର ପ୍ରଭାବକୁ ହ୍ରାସ କରିପାରେ । ଭବିଷ୍ୟତର କାର୍ୟ୍ୟକଳାପ ଏହାର ବିସ୍ତାର, ତୀବ୍ରତା ଏବଂ ରୋଗ ପ୍ରତିରୋଧକ ଶକ୍ତିରୁ ଦୂରେଇ ରହିବା କ୍ଷମତା ଉପରେ ଅଧିକ ପ୍ରଭାବ ପକାଇବ । କାନାଡାରୁ ପ୍ରଥମ ଓମିକ୍ରନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହା ସହିତ ବ୍ରିଟେନରୁ ତୃତୀୟ ଓମିକ୍ରମ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook