Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟରେ ପୁଣି ୫୨୧ କୋରୋନା ପଜିଟିଭ ଚିହ୍ନଟ, ୬୫ ଶିଶୁ ଆକ୍ରାନ୍ତ

    Share on :
    ajab-Image
    Date: Oct 14, 2021    Views: 3809

    ଭୁବନେଶ୍ବର: କମୁଛି ବଢୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୫୨୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୬୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୩୦୪ ଓ ୨୧୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

    ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୪୯ ଜଣ ଥିବାବେଳେ ଅନୁଗୋଳରୁ ୨, ବାଲେଶ୍ବରରୁ ୧୭, ବରଗଡରୁ ୩, ଭଦ୍ରକରୁ୩, ବଲାଙ୍ଗୀରରୁ ୪, ବୌଦ୍ଧରୁ୧, କଟକରୁ ୬୦, ଢେଙ୍କାନାଳରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୫, ଯାଜପୁରରୁ ୯, ଝାରସୁଗୁଡା ୨, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୪, କୋରାପୁଟରୁ ୬, ମୟୂରଭଞ୍ଜରୁ ୨୧, ନୟାଗଡରୁ ୯, ପୁରୀ ୧୩, ରାୟଗଡାରୁ ୧, ସମ୍ବଲପୁରରୁ ୯, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୮ ଏବଂ ଷ୍ଟେଟ ପୁଲ୍‌ରୁ ୬୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୮୦୯ରେ ପହଞ୍ଚିଛି ।

    Maximum 500 characters

    ତାଜା ଖବର View all

    Find Us on Facebook