Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିପିଏଲ ଥିବା କରୋନା ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା, ଜାଣନ୍ତୁ ମିଳିବ କେତେ

    Share on :
    ajab-Image
    Date: Oct 14, 2021    Views: 3877

    କେରଳ: କରୋନା ମହାମାରୀର କରାଳ ଛାୟାରେ ସମସ୍ତ ଭୟର ବାତାବରଣ ଭିତରେ ଗତି କରୁଛନ୍ତି । ଅନେକ ଲୋକଙ୍କ ପରିବାରର ମେରୁଦଣ୍ଡ ଭାଙ୍ଗିଯାଇଛି ଓ ଅନେକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ଏହିଭଳି ଏକ ଘଡିସନ୍ଧି ସମୟରେ ସରକାର ସାମାନ୍ୟ ପ୍ରୟାସ ଆରମ୍ଭ କରିଛନ୍ତି । କରୋନା ମହାମାରୀ କେରଳରେ ଅତ୍ୟନ୍ତ କ୍ଷତି ଘଟାଇଛି । ମିଳିଥିବା ସୂଚନା ଅନୁସାରେ କରୋନାରେ ପୀଡିତ ହୋଇ ମୃତୁ୍ୟ ଘଟିଥିବା ବିପିଏଲ ପରିବାରକୁ ମାସକୁ ୫ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । 

    ଏପରି ପ୍ରସ୍ତାବକୁ କେରଳ କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ସୂଚନାଥାଉକି କରୋନାର ଦ୍ୱତୀୟ ଲହର ଦେଶରେ ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଥିବାବେଳେ, ଏହାର ପ୍ରଭାବ ମହାରାଷ୍ଟ୍ର ଓ କେରଳରେ ଅଧିକ ମାତ୍ରାରେ ପଡିଥିଲା । ବର୍ତ୍ତମାନ ମଧ୍ୟ ଏହି ସ୍ଥାନରେ ସଂକ୍ରମଣ ବଡୁଥିବାରୁ ଓ ତୃତୀୟ ଲହରର ଆଶଙ୍କା ଥିବାରୁ ଏହା ଚିନ୍ତାର କାରଣ ପାଲଟିଛି ।     

    Maximum 500 characters

    ଦେଶ ବିଦେଶ View all

    Find Us on Facebook