Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଶିଶୁମାନଙ୍କ ଚିକିତ୍ସା ଉପରେ ଫୋକସ

    Share on :
    ajab-Image
    Date: Jul 5, 2021    Views: 5131

    ଭୁବନେଶ୍ଵର : କରୋନାର ତୃତୀୟ ଲହରୀ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତୃତୀୟ ଲହରୀ ଆସୁ କି ନଆସୁ ହେଲେ ଆମେ ଆଉ ଗୋଟିଏ ଲହରୀ ପାଇଁ ପ୍ରସ୍ତୁତ ହୋଇ ରହିବୁ। ଏହାର ମୁକାବିଲା ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି । ଭ୍ୟାକ୍ସିନେସନ ବଢ଼ାଇବା, ସର୍ଭିଲାନ୍ସ ଜାରି ରଖିବା ଆଉ ଭିତ୍ତିଭୂମି ପ୍ରସ୍ତୁତ ରଖିବା ଏହା ଆମର ପ୍ରାଥମିକ ଲକ୍ଷ୍ୟ ରହିଛି। ତେବେ ତୃତୀୟ ଲହରୀରେ ଶିଶୁମାନଙ୍କ ଚିକିତ୍ସା ଉପରେ ଫୋକସ ରହିବ। ସେ ଦିଗରେ ଟ୍ରେନିଂ କାର୍ୟ୍ୟ ଆରମ୍ଭ ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

    ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ । ଜିଲ୍ଲା ସ୍ତରରେ ଅଡ଼ିଟ ରିପୋର୍ଟ ଆସିବା ପରେ କେଉଁ ଦିନ କେତେ ମୃତ୍ୟୁ ହେଉଛି ଆମେ କହି ପାରିବା। ଏବେ ବି ୪୫୦ ରୋଗୀ ଆଇସିୟୁରେ ଅଛନ୍ତି । ଭେଣ୍ଟିଲେଟରେ ରହୁଥିବା ରୋଗୀଙ୍କ ମୃତ୍ୟୁ ସମ୍ଭାବନା ୯୦ ରୁ ୯୨ ପ୍ରତିଶତ ରହିଛି। ଏବେ ବି ୫୫ ରୁ ୬୦ ଲୋକ ଭେଣ୍ଟିଲେଟରରେ ଅଛନ୍ତି । ଆଇସିୟୁରୁ ୩୦ ପ୍ରତିଶତ ରୋଗୀ ଭେଣ୍ଟିଲେଟରକୁ ଯାଆନ୍ତି । ଯେତେ ପର୍ୟ୍ୟନ୍ତ ରୋଗୀ କ୍ରିଟିକାଲ ଅଛନ୍ତି, ସେପର୍ୟ୍ୟନ୍ତ ଆମର ମୃତ୍ୟୁ ସଂଖ୍ୟା ଏମିତି ରହିବ ।

    ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କରୋନା ବିଳମ୍ବରେ ପିକ୍ ହୋଇଥିଲା । ପଶ୍ଚିମ ଓଡିଶାରେ ଏବେ ସ୍ଥିତିରେ ସୁଧାର ଆସିଛି । ଉପକୂଳରେ ବି ଜୁଲାଇ ୨ୟ ସପ୍ତାହ ବେଳକୁ କମିବ ବୋଲି ଆଶା କରାଯାଉଛି । ଏଥିପାଇଁ କେନ୍ଦ୍ରୀୟ ଟିମଙ୍କୁ ଜିଲ୍ଲାର ରିପୋର୍ଟ ଦେବୁ । ତାହା ପରେ ସେ କେଉଁଠିକୁ ଯିବେ ତାହା ତାଙ୍କ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

    Maximum 500 characters

    ଘରକରଣ View all

    Find Us on Facebook