Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କରୋନା: ଗୁଜୁରାଟରୁ ଓଡ଼ିଶାକୁ ଆସିଛି ୧୯ଏ ଓ ୧୯ବି କ୍ଲେଡ

    Share on :
    ajab-Image
    Date: Aug 2, 2020    Views: 3911

    ଭୁବନେଶ୍ୱର: ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିଛି ୟୁରୋପ ଓ ଦକ୍ଷିଣ ଏସିଆରୁ ଆସିଥିବା କୋଭିଡ ଭୂତାଣୁ । ଏହି ଦେଶଗୁଡ଼ିକ ପାଇଁ ଓଡ଼ିଶାରେ କରୋନା ସଂକ୍ରମଣ ଭୟଙ୍କର ଆକାର ଧାରଣ କରିଛି । ରାଜ୍ୟରେ ଭୂତାଣୁ ସଂକ୍ରମଣ ନେଇ କିନୋମ ଅନୁଶୀଳନ ସମୟରେ ଏହି ତଥ୍ୟ ମିଳିଛି । ଦେଶରେ ରହିଥିବା କରୋନା ଭୂତାଣୁର ୫ଟି ଯାକ କ୍ଲେଡ ଓଡ଼ିଶାରେ ଦେଖିବାକୁ ମିଳିଛି । ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏମ) ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି) ପକ୍ଷରୁ ମିଳିତ ପରୀକ୍ଷଣ ବେଳେ ଏଭଳି ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି । ତେବେ ଭୂତାଣୁର ଏହି ୫ଟି କ୍ଲେଡ ଭିତରୁ କେଉଁ କ୍ଲେଡଟି ବେଶି ଘାତକ ତାହା ସ୍ପଷ୍ଟ ହୋଇନାହିଁ । ରାଜ୍ୟର ୧୮ଟି ଜିଲ୍ଲାରୁ ସଂଗୃହୀତ ୨୨୫ଟି ନମୁନା ଉପରେ ଅନୁଶୀଳନ କରାଯାଇଥିଲା । ଅନୁଶୀଳନ ବେଳେ ୧୯-ଏ, ୧୯-ବି, ୨୦-ଏ, ୨୦-ବି ଓ ୨୦-ସି ଭଳି ୫ଟି କ୍ଲେଡ ଚିହ୍ନଟ ହୋଇଥିଲା । ଅନ୍ୟ ରାଜ୍ୟରେ ମଧ୍ୟ ଏହି କ୍ଲେଡ ଦେଖିବାକୁ ମିଳିଛି । ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରୁ ଓଡ଼ିଶାକୁ ଫେରିଥିବା ପ୍ରବାସୀଙ୍କ ସ୍ୱାବ ନମୁନାରୁ ଏହି ଭୂତାଣୁକୁ ଚିହ୍ନଟ କରାଯାଇଛି । ତେବେ ୧୯-ବି କ୍ଲେଡ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook