ମୁଖ୍ୟ ଖବର
ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଏବଂ ଔଷଧ ନିର୍ମାତା ଆଷ୍ଟ୍ରାଜେନେକା କମ୍ପାନୀ ଦ୍ୱାରା ବିକଶିତ ସିଏଚଡିଓଏକ୍ସ ୧ ନାମକ କୋଭିଡ ଟିକାର ଚୂଡାନ୍ତ ପରୀକ୍ଷଣ ଭାରତର ୫ଟି ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହେବ ବୋଲି ଜଣାଯାଇଛି । ଏହା ବିଶେଷ କରି ଆମ ଦେଶବାସୀଙ୍କଠାରେ ପ୍ରୟୋଗ କରାଯାଉଥିବାରୁ ଚୂଡାନ୍ତ ପର୍ଯ୍ୟାୟ ନୈଦାନିକ ଫଳାଫଳ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଜୈବ ପ୍ରଯୁକ୍ତି ପୁଣେ ସ୍ଥିତ ସିରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆକୁ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ନିଜର ସହଭାଗୀ ବୋଲି ବାଛିଛନ୍ତି । ଦେଶରେ ଉକ୍ତ ଟିକାର ଦ୍ୱିତୀୟ ଓ ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ସିରମ ଇନଷ୍ଟିଚୁ୍ୟଟ ଭାରତୀୟ ଭେଷଜ ନିୟନ୍ତ୍ରକଙ୍କଠାରୁ ଅନୁମତି ଲୋଡ଼ିଥିଲା । ଏପରିକି ଚୂଡାନ୍ତ ଫଳାଫଳ ପୂର୍ବରୁ ମଧ୍ୟ କମ୍ପାନୀ ଟିକା ପ୍ରସ୍ତୁତି ଆରମ୍ଭ କରିବାକୁ ଇଚ୍ଛା ପ୍ରକଟ କରିଥିଲା । ମାତ୍ର ଚୂଡାନ୍ତ ପରୀକ୍ଷଣ ପରେ ହିଁ ତାହା କରିବାକୁ କୁହାଯାଇଥିଲା । ବର୍ତ୍ତମାନ ବ୍ରାଜିଲ ଓ ଦକ୍ଷିଣ ଆଫି୍ରକାରେ ଉକ୍ତ ଟିକାର ଦ୍ୱିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଚାଲୁ ରହିଥିବା ବେଳେ ଭାରତରେ ହିଁ ଏହାର ଫଳାଫଳକୁ ଆମେ ଅପେକ୍ଷା କରିଛୁ ବୋଲି ରେଣୁ ସ୍ୱରୂପ କହିଛନ୍ତି । ସେଥିପାଇଁ ଦେଶର ୫ଟି ସ୍ଥାନକୁ ବଛାଯାଇଛି ଏବଂ ଖୁବ୍ ଶୀଘ୍ର ସେଠାରେ ଟିକାର ଚୂଡାନ୍ତ ପରୀକ୍ଷଣ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ