Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କରୋନାରେ ପୂର୍ବତନ କି୍ରକେଟରଙ୍କ ମୃତୁ୍ୟ

    Share on :
    ajab-Image
    Date: Jun 30, 2020    Views: 4118

    ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣରେ ଦିଲ୍ଲୀର ପୂର୍ବତନ କି୍ରକେଟ ଖେଳାଳି ସଞ୍ଜୟ ଡୋବାଲ ମୃତୁ୍ୟ ବରଣ କରିଛନ୍ତି । ୫୩ ବର୍ଷୀୟ ଡୋବାଲ ଖେଳାଳି ସଞ୍ଜୟ ସପ୍ତାହେ ତଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ବାହାଦୁରଗଡ଼ ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କରୋନା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣା ପଡ଼ିବା ପରେ ଉନ୍ନତ ଚିକିତ୍ସା ପାଇଁ ଡୋବାଲଙ୍କୁ ଦ୍ୱାରକା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଡୋବାଲଙ୍କୁ ପ୍ଲାଜମା ଦଳନ କରିବା ପାଇଁ  ଦିଲ୍ଲୀର କି୍ରକେଟ ଖେଳାଳି ମିଥୁନ ମନହାସ ଓ ଗୌତମ ଗମ୍ଭୀର ପ୍ରମୁଖ ନିବେଦନ କରିଥିଲେ । ସ୍ଥାନୀୟ ବିଧାୟକ ଦିଲ୍ଲୀପ ପାଣ୍ଡେ ମଧ୍ୟ ତାଙ୍କ ପାଇଁ ପ୍ଲାଜମା ଡୋନର ଯୋଗାଡ କରିଥିଲେ । ହେଲେ ଡୋବାଲ କରୋନାରୁ ଆରୋଗ୍ୟ ଲାଭ କରିପାରିଥିଲେ । ମୃତୁ୍ୟ ସମୟରେ ତାଙ୍କ ନିକଟରେ ପତ୍ନୀ ଓ ଦୁଇ ପୁତ୍ର ଥିଲେ । ଡୋବାଲ ଦିଲ୍ଲୀ କ୍ଲବ କି୍ରକେଟର ବେଶ ପରିଚିତ ନାମ । ବୀରେନ୍ଦ୍ର ସ୍ୱେହାଗ, ମନହାସ, ଗମ୍ଭୀର ସହ ସେ ଅନେକ କି୍ରକେଟ ଖେଳିଛନ୍ତି । ହେଲେ କେବେ ରଣଜୀ ଖେଳିବାକୁ ସୁଯୋଗ ପାଇନଥିଲେ । ତାଙ୍କ ବଡ଼ ପୁଅ ସିଦ୍ଧାନ୍ତ ରାଜସ୍ଥାନ ପକ୍ଷରୁ ପ୍ରଥମ ଶ୍ରେଣୀ କି୍ରକେଟ ଖେଳୁଛନ୍ତି । ସାନ ପୁଅ ଏକାଂଶ ୨୩ ବର୍ଷରୁ କମ୍ ଦିଲ୍ଲୀ ଦଳର ସଦସ୍ୟ ଅଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook