Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅକ୍ସଫୋର୍ଡର କୋଭିଡ ଟିକା ପରୀକ୍ଷଣ ବିଫଳ

    Share on :
    ajab-Image
    Date: May 21, 2020    Views: 3727

    ନୂଆଦିଲ୍ଲୀ: ବି୍ରଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ବିକଶିତ ସିଏଚଏଡିଓଏକ୍ସ୧ ନାମକ କୋଭଡି-୧୯ ଟିକାର ପଶୁଙ୍କ ଠାରେ ନୈଦାନିକ ପରୀକ୍ଷଣ ବିଫଳ ହେବା ଘଟଣା ଚିକିତ୍ସାବିଜ୍ଞାନୀଙ୍କୁ ହତୋତ୍ସାହିତ କରିଛି । ପୂର୍ବରୁ ମାଙ୍କଡ଼ମାନଙ୍କ ଠାରେ ଏହି ବହୁ ଚର୍ଚ୍ଚିତ ଟିକାର ସଫଳ ପରୀକ୍ଷଣରେ ଉତ୍ସାହିତ ହୋଇ ଏହାର ଗବେଷକମାନେ ଗତ ଏପି୍ରଲ ମାସରେ ବିଶ୍ୱର ପ୍ରଥମ କୋଭିଡ ଟିକା ଭାବେ ମନୁଷ୍ୟଙ୍କ ଶରୀରରେ ନୈଦାନିକ ପରୀକ୍ଷଣ ଆରମ୍ଭ କରିଦେଇଛନ୍ତି । ଏପରିକି ଶୀଘ୍ର ଓ ସହଜରେ ଉପଲବ୍ଧ ହେବାକୁ ଥିବା ଆନ୍ତର୍ଜାତିକ ଔଷଧ କମ୍ପାନୀ ପିଫାଇଜର ଦ୍ୱାରା ପ୍ରସ୍ତୁତ ଏହି ଟିକାର ଗଣପ୍ରସ୍ତୁତି ପାଇଁ ଭାରତର ପୁଣେ ସ୍ଥିତ ସିରମ ଇନଷ୍ଟିଚୁ୍ୟଟ ମଧ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ଆରମ୍ଭ କରିଥିଲା । ମାତ୍ର ‘ରିଜସ ମାକାଜ’ ନାମକ ଏକ ସ୍ୱତନ୍ତ୍ର ପ୍ରଜାତିର ପାତିମାଙ୍କଡ଼ଙ୍କ ଠାରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରୟୋଗ ବିଫଳ ହେବା ପରେ ଚିକିତ୍ସାବିଜ୍ଞାନୀମାନେ ଦ୍ୱନ୍ଦ୍ୱରେ ପଡ଼ିବା ସହ ପରବର୍ତ୍ତୀ ପଦକ୍ଷେପ ପାଇଁ ଉପାୟ ଖୋଜୁଛନ୍ତି । ସୂଚନା ଥାଉ କି, ପଶୁଙ୍କ ଶରୀରରେ ବ୍ୟାବହାରିକ ପରୀକ୍ଷଣ ସ୍ୱରୂପ ଗବେଷକମାନେ ଗତ ଏପି୍ରଲ ମାସରେ ଛଅଟି ‘ରିଜସ ମାକାକ’ ଶ୍ରେଣୀର ପାତିମାଙ୍କଡ଼ଙ୍କ ଶରୀରରେ ଏହି ସିଏଚଏଡିଓଏକ୍ସ୧ ଟିକା ଚଢ଼ାଇଥିଲେ । ଏହାର ୨୮ ଦିନ ପରେ ସମ୍ପୃକ୍ତ ମାଙ୍କଡମାନଙ୍କୁ କରୋନା ଭୂତାଣୁ ସଂସ୍ପର୍ଶରେ ଅଣାଯାଇଥିଳା । ସେହିପରି ଟିକା ନେଇନଥିବା ଅନ୍ୟ ତିନିଟି ‘ରିଜସ ମାକାକ୍‍’ ଙ୍କୁ ମଧ୍ୟ ଅନୁରୂପ ଭାବେ କରୋନା ଭୂତାଣୁ ସଂସ୍ପର୍ଶରେ ଅଣାଯାଇଥିଲା । ତେବେ ଏହାର ସାତ ଦିନ ପରେ ସମସ୍ତଙ୍କର ନମୁନା ପରୀକ୍ଷଣରେ ପ୍ରତ୍ୟେକଙ୍କ ଶ୍ୱାସନଳୀରେ କରୋନା ଭୂତାଣୁ ମିଳିଥିଲା । ଯଦିଓ ଟିକା ନେଇଥିବା ମାଙ୍କଡ଼ମାନଙ୍କ ଶରୀରରେ ନିର୍ଦ୍ଧିଷ୍ଟ ବର୍ଗର ରୋଗ ପ୍ରତିରୋଧକ ବିକଶିତ ହୋଇଥିଲେ ବି କରୋନା ଭୂତାଣୁ ସଂକ୍ରମଣରୁ କେହି ଜଣେ ବି ବର୍ତ୍ତିପାରିନଥିଲେ । ନୈଦାନିକ ପରୀକ୍ଷଣର ଅଧାବାଟରେ ଏହି ଟିକାର ଏପରି ବିଫଳତା ସମ୍ପର୍କରେ ଜଣାପଡ଼ିବା ପରେ ଗବେଷକମାନେ ଏହାର କାରଣ ଖୋଜିବା ସହ ପରବର୍ତ୍ତୀ ପରୀକ୍ଷଣକୁ ବନ୍ଦ ରଖିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook