Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଗର୍ଭନିରୋଧର ଗୁପ୍ତସୂତ୍ର

    Share on :
    ajab-Image
    Date: Apr 25, 2025    Views: 6082

    ପୁରୁଷ ଏବଂ ମହିଳାମାନେ ଗର୍ଭନିରୋଧ ପାଇଁ  ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। କିନ୍ତୁ ଉଭୟ ଗର୍ଭଧାରଣ ରୋକିବା ପାଇଁ  ଥିବା ନିୟମକୁ ବୁଝି ଏହା ବ୍ୟବହାର କରିବା ଦରକାର। ସାଧାରଣତଃ ଗର୍ଭନିରୋଧ ପାଇଁ ମହିଳାଙ୍କ ଉପରେ ଅଧିକ ଦାୟିତ୍ୱ ଦେଇ ଦିଆଯାଏ।  କିନ୍ତୁ ଅସଲରେ ପୁରୁଷମାନେ ହିଁ ଗର୍ଭନିରୋଧ ପାଇଁ ଅଧିକ ଦାୟିତ୍ୱ ନେବା ଦରକାର। ଏହା ଦ୍ୱାରା ଏହାର ଉଦ୍ଦେଶ୍ୟ ଅଧିକ ସଫଳ ହୁଏ।

    - ପୁରୁଷମାନେ ଗର୍ଭନିରୋଧ ପାଇଁ କଣ୍ଡୋମ ବ୍ୟବହାର କରିଥାନ୍ତି। କଣ୍ଡୋମ ଗର୍ଭ ନିରୋଧକ ସହ ସଂକ୍ରମିତ ରୋଗରୁ ଏହା ରକ୍ଷା କରିଥାଏ। ଏହା ବ୍ୟବହାର ସହଜ ଅଟେ।

    -ସବୁବେଳେ ସମ୍ଭୋଗ କଲା ବେଳେ ନୂଆ କଣ୍ଡୋମ ବ୍ୟବହାର କରିବା ଦରକାର। ଏହାର ମେନୁଫ୍ୟାକ୍ଚରିଂ ଡେଟ୍‌ଓ ଏକ୍ସପାରିଡେଟ୍‌ ଦେଖି ବ୍ୟବହାର କରିବା ଉଚିତ୍। ଏକ୍ୟପାରି ଡେଟ୍‌ ନ ଥିବା କଣ୍ଡୋମ ବ୍ୟବହାର କରନ୍ତୁ ନାହିଁ।

    -ସମ୍ଭୋଗ କରିବ ପୂର୍ବରୁ କଣ୍ଡୋମ ବ୍ୟବହାର କରନ୍ତୁ। କିନ୍ତୁ ସମ୍ଭୋଗ କରିବା ମଝିରେ ଏହାକୁ ବ୍ୟବହାର କରନ୍ତୁ ନାହିଁ। ଏହା କ୍ଷତିକାରକ ହୋଇପାରେ।

    -ସମ୍ଭୋଗ ପରେ ସାବଧାନ ସହ ଏହାକୁ ବାହାର କରନ୍ତୁ।  ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

    -ଯେଉଁ କଣ୍ଡୋମ ଥରେ ବ୍ୟବହାର କରିଛନ୍ତି ତାହାକୁ ପୁଣି ଥରେ ବ୍ୟବହାର କରନ୍ତୁ ନାହିଁ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook