Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଫେରିଲା କଣ୍ଟେନମେଣ୍ଟ ଜୋନ

    Share on :
    ajab-Image
    Date: Nov 24, 2021    Views: 3314

    ସମ୍ବଲପୁର: ବୁର୍ଲା ସହରକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ଗତକାଲି ବୁର୍ଲା ଭୀମସାର ମେଡ଼ିକାଲ କଲେଜରୁ ୨୯ ଜଣ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି ।
    ବୁର୍ଲା ସହରର କେତେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ତେବେ ବୁର୍ଲା ଭୀମସାରରେ କୋରୋନା ସଂକ୍ରମଣ ଗତ ଦୁଇ ଦିନ ମଧ୍ୟରେ ଦୃତଗତିରେ ବୃଦ୍ଧି ପାଇବାରୁ ଏପରି ପଦକ୍ଷେପ ଗ୍ରହଣ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ବୁର୍ଲା ସହରରେ ଭୀମସାରର ସଂକ୍ରମିତ ଚିହ୍ନଟ ହୋଇଥିବା ସମସ୍ତ ହଷ୍ଚେଲକୁ ସାନିଟାଇଜ କରିବା ସହ ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଚ ଜୋନ ଘୋଷଣା କରାଯାଇଛି । ଏନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ସୂଚନା ଦେଇଛନ୍ତି ।ସମ୍ବଲପୁର ଜିଲ୍ଲାପାଳ ଏନେଇ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରଶାସନ ପକ୍ଷରୁ ଭୀମସାରର ସାବିତ୍ରି, ଗାର୍ଗୀ, ଚରକ, ଭୃଗୁ ଏବଂ ପତଞ୍ଜଳି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଚ ଜୋନ ଘୋଷଣା କରାଯାଇଛି । ସେହିପରି ଷ୍ଟାଫ କ୍ୱାଟର, ଆପାଲା ଛାତ୍ରୀ ନିବାସ, ଅତ୍ରୀୟ, ବିଶ୍ୱାମିତ୍ର ଏବଂ ମାର୍କଣ୍ଡେୟ ଛାତ୍ରାବାସ ବୋଫର ଜୋନ ମଧ୍ୟରେ ରହିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook