Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୂଆ ସରକାର ଆଇନ ଶୃଙ୍ଖଳାକୁ ବିପର୍ୟ୍ୟସ୍ତ କରି ଦେଇଛନ୍ତି:ରାମଚନ୍ଦ୍ର କାଡାମ

    Share on :
    ajab-Image
    Date: Mar 16, 2025    Views: 2962

    ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଟାର୍ଗେଟ । ନୂଆ ସରକାର ଏହି ଆଠ ମାସରେ ଆଇନ ଶୃଙ୍ଖଳାକୁ ବିପର୍ୟ୍ୟସ୍ତ କରି ଦେଇଛନ୍ତି। ହୋଲିରେ ହିଁ ହତ୍ୟାକାଣ୍ଡ ହେଉଛି। ଭୁବନେଶ୍ୱର ପରି ସିଟି ଯାହା ହାଏ ସିକ୍ୟୁରିଟିରେ ରହୁଛି ବୋଲି କୁହାଯାଏ, ସେଠି ବି ହତ୍ୟା ହେଲା।

    ମାଆ ମାନେ ଏଠି ଅସୁରକ୍ଷିତ, ଶିଶୁ ମାଆ ହେଉଛନ୍ତି। ସରକାର ନାରୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଆଣିବା ସହ ମୁଖ୍ୟମନ୍ତ୍ରୀ ନାରୀ ସୁରକ୍ଷା ପାଇଁ ଗୃହରେ ପ୍ରତିଶୃତି ଦେବା ଦରକାର। ଏହା ନ ହେବା ଯାଏଁ କଂଗ୍ରେସର ପ୍ରତିବାଦ ଜାରି ରହିବ। ଆସନ୍ତାକାଲି ବି କଂଗ୍ରେସ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଆନ୍ଦୋଳନ ଜାରି ରଖିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook