Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅଶାନ୍ତି ସୃଷ୍ଟି କରୁଛି ବିଜେପି: କଂଗ୍ରେସ

    Share on :
    ajab-Image
    Date: Jul 5, 2024    Views: 2772

    ଭୁବନେଶ୍ବର: ଓଡ଼ିଶାରେ ବିଜେପି ଅଶାନ୍ତିର ବୀଜ ବୁଣୁଛି। ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଓଡ଼ିଶା ବିଜେପି ଯୁବମୋର୍ଚ୍ଚା ଯେଉଁ ବ୍ୟବହାର ପ୍ରଦର୍ଶନ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଏଥିରେ ବିଜେପିର ଅସଲ ଚେହେରା ପଦାରେ ପଡ଼ିଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।  ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, କ୍ଷମତାକୁ ଆସିବାର ମାସେ ହୋଇନି, ମାତ୍ର ବିଜେପିର ନେତାମାନେ ଯେଉଁଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲେଣି ତାହା ଚିନ୍ତାର ବିଷୟ। ରାଜଧାନୀରେ ପୁଲିସ ପ୍ରଶାସନର ଉପସ୍ଥିତିରେ ବିଜେପି କାର୍ୟ୍ୟକର୍ତ୍ତାମାନେ ଗୁଣ୍ଡାଗର୍ଦ୍ଦି କଲେ। ପୁଲିସ ଏ ପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ସରକାରୀ ଦଳର ଆଚରଣ ଓ ଉଚ୍ଚାରଣକୁ ରାଜ୍ୟବାସୀ ଦେଖୁଛନ୍ତି। ନିର୍ବାଚନ ସମୟରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ପୂରଣ ନ କରି ରାଜ୍ୟବାସୀଙ୍କୁ ଠକି ଚାଲିଛି। ସାଂସଦ ସପ୍ତଗିରି ଉଲ୍ଲାକା କହିଥିଲେ, ସଂସଦରେ ବିରୋଧୀ ଦଳର କ୍ଷମତା ବୃଦ୍ଧି ଓ ରାହୁଲ ଗାନ୍ଧୀଙ୍କ ଜବାବକୁ ବିଜେପି ନେତାମାନେ ସହିପାରୁ ନାହାନ୍ତି।ଏହା ଓଡ଼ିଆ ସ୍ପଷ୍ଟ ନୁ୍ୟଜ ଖବର କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଓ ଆରଏସ୍‌ଏସ୍‌ ହିନ୍ଦୁତ୍ବ ନାଁରେ ହିଂସାକାଣ୍ଡ ଘଟାଉଥିବା କହିଥିଲେ। ମାତ୍ର ବିଜେପି ନେତାମାନେ ରାହୁଲଙ୍କ ବୟାନକୁ ପୁରା ହିନ୍ଦୁ ସମାଜକୁ ଆକ୍ଷେପ କରୁଥିବା ମିଥ୍ୟା ଅଭିଯୋଗ ଆଣି ବିଶୃଙ୍ଖଳା ସୃଷ୍ଟି କଲେ। ସାମ୍ପ୍ରଦାୟିକତା ପାଇଁ ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଥିଲା। ଏବେ ଓଡ଼ିଶାରେ ବିଜେପି ଶାସନକୁ ଆସିବାର ମାସେ ହୋଇଥିବା ବେଳେ ପୁଣିଥରେ ରାଜ୍ୟରେ ସାମ୍ପ୍ରଦାୟିକତାବାଦ ଆଳରେ ହିଂସାକାଣ୍ଡ ସୃଷ୍ଟି କରୁଛି। ତାମିଲ ଶାସନ ହଟାଇବାକୁ ଯାଇ ଓଡ଼ିଶାରେ ଗୁଜରାଟ ମଡେଲ ଥୋଇଲେଣି ବୋଲି ଶ୍ରୀ ଉଲ୍ଲାକା ଅଭିଯୋଗ କରିଛନ୍ତି। 

    Maximum 500 characters

    ରାଜନୀତି View all

    Find Us on Facebook