Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଉଦ୍ୟମ କଲା ଯୁବ କଂଗ୍ରେସ

    Share on :
    ajab-Image
    Date: Jan 10, 2026    Views: 2875

    ଭୁବନେଶ୍ୱର: ନିଆରା ଭାବେ ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛିି ଯୁବ କଂଗ୍ରେସ । ପିୟୁସି ସାର୍ଟିଫିକେଟ ନାମରେ ଟିକସ ଆଦାୟ ବନ୍ଦ, ଜନତାଙ୍କ ଉପରେ ହେଉଥିବା ଫାଇନ ଜୁଲମ ବନ୍ଦ ଦାବିରେ ଯୁବ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ଆଜି ଶହେରୁ ଅଧିକ ଯୁବ ଛାତ୍ର କଂଗ୍ରେସ କର୍ମୀ ଭୁବନେଶ୍ୱର କ୍ଲବ୍‌ ଠାରୁ ସାଇକେଲ ଚଳାଇ ପରିବହନ ମନ୍ତ୍ରୀଙ୍କ ବାସଭବନ ଆଡକୁ ଅଗ୍ରସର ହେଉଥିବା ବେଳେ ସେମାନଙ୍କୁ ଅଟକାଇଛି ପୁଲିସ । ପୁଲିସ ବ୍ୟାରିକେଡ କରି କଂଗ୍ରେସ କର୍ମୀଙ୍କୁ ଅଟକାଇବା ପରେ ଆନ୍ଦୋଳନ ବନ୍ଦ ହୋଇଛି ।

    କଂଗ୍ରେସ କର୍ମୀ ଦାବି କରିଛନ୍ତି ଯେ ଯଥାଶୀଘ୍ର ପିୟୁସି ସାର୍ଟିଫିକେଟ ନାମରେ ଟିକସ ଆଦାୟ ବନ୍ଦ କରି କେବଳ ପିୟୁସି ସାର୍ଟିଫିକେଟ କରାଯାଉ । ଜୋରିମାନ ବନ୍ଦ ନକରିଲେ ଆଗକୁ ମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିବୁ ବୋଲି ଚେତାବନୀ ଦେଇଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook