Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସ ସେବାଦଳ ସଦଭାବନା ସମାବେଶର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ

    Share on :
    ajab-Image
    Date: Nov 24, 2021    Views: 3665

    ଭୁବନେଶ୍ୱର - ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଆଗାମୀ ଡିସେମ୍ବର ୨୬ ତାରିଖରେ ହେବାକୁଥିବା ରାଜ୍ୟସ୍ତରୀୟ ସଦ୍ଭାବନା ସମାବେଶର ସୁପରିଚାଳନା ପାଇଁ ୧୦ ଜଣ ରାଜ୍ୟସ୍ତରୀୟ କର୍ମକର୍ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ପର୍ଯ୍ୟବେକ୍ଷକ ମାନେ ଜିଲ୍ଲା କଂଗ୍ରେସ ସଭାପତି ଓ ଜିଲ୍ଲା ସେବାଦଳର କର୍ମକର୍ତାଙ୍କ ସହ ଯୋଗାଯୋଗ କରି ସଦ୍ଭାବନା ସମାବେଶର ସଫଳତା ପାଇଁ କାର୍ଯ୍ୟ କରିବେ ବୋଲି ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ନିରଦବରଣ ଖୁଂଟିଆ- କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର- ସୁବାଷ ଚନ୍ଦ୍ର ପରିଡ଼ା, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ - ଅଶୋକ ସିଂହ କଟକ, କଟକ ନଗର, ଜଗତସିଂହପୁର, ଦିଲ୍ଲିପ କୁମାର ପଣ୍ଡା - ସମ୍ବଲପୁର, ବରଗଡ଼, କଳାହାଣ୍ଡି,ବଲାଙ୍ଗିର, ସୁବର୍ଣ୍ଣପୁର, ସେକ ଚାନ୍ଦ ଉସୁମାନି - ନବରଙ୍ଗପୁର, ମାଲକାନଗିରି, କୋରାପୁଟ,  ମହମ୍ମଦ ଶାହାଦୁଲ୍ଲା - ଖୋର୍ଦ୍ଧା, ପୁରୀ, ଭୁବନେଶ୍ୱର, ମନୋଜ ସାହୁ - ନୟାଗଡ଼, କନ୍ଧମାଳ, ବୌଦ୍ଧ, ମୁନୁ ସରାଫଙ୍କୁ ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ପ୍ରଦୀପ କୁମାର ଦାସ, ଢେ଼ଙ୍କାନାଳ, ଅନୁଗୁଳ, କୁଳମଣି ସାହୁଙ୍କୁ, ତ୍ରିଶୁଳିଆ ଶିବିରରସମସ୍ତ ପ୍ରଶିକ୍ଷଣ କର୍ମକର୍ତା ଓ ସୁଶାନ୍ତ କୁମାର ମହାରଣାଙ୍କୁ ନୂଆପଡ଼ା, ଦେବଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲା ଦାୟିତ୍ୱ ଦିଆଯାଇଛି । 

    Maximum 500 characters

    ରାଜନୀତି View all

    Find Us on Facebook