Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ନିରଞ୍ଜନ ଭୀଷ୍ମ ପିତାମହ’

    Share on :
    ajab-Image
    Date: Nov 1, 2019    Views: 1942

    ଭୁବନେଶ୍ୱର: କଂଗ୍ରେସ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି ।  ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ କଂଗ୍ରେସ ନେତା ବାପି ସର୍ଖେଲଙ୍କ ଆବାହକତ୍ୱରେ ଗତ କିଛି ଦିନ ତଳେ କରାଯାଇଥିବା ଚିନ୍ତନ ବୈଠକକୁ ନେଇ ଏବେ ରାଜ୍ୟ କଂଗ୍ରେସରେ ହଟଚମଟ ସୃଷ୍ଟି ହୋଇଛି । ତେବେ ଶୁକ୍ରବାର ନିରଞ୍ଜନ ପଟ୍ଟନାୟକ ଉକ୍ତ ଚିନ୍ତନ ବୈଠକରେ ଯୋଗଦେଇଥିବା ନେତାଙ୍କୁ ନିଜ ଘରକୁ ଡାକି ଟୁ୍ୟସନ କରିବା ପରେ ସେମାନେ ଚେପା ହୋଇଯାଇଛନ୍ତି । ନିରଞ୍ଜନ ପଟ୍ଟନାୟକଙ୍କ ଟୁ୍ୟସନ ପରେ ତାଙ୍କ ବିରୋଧୀଙ୍କ  ସ୍ୱରରେ ପରିବର୍ତ୍ତନ ଆସିଛି ।

    ଖାଲି ସେତିକି ନୁହେଁ ‘ନିରଞ୍ଜନ ବଦଳିବା ଦରକାର’ ବୋଲି କହିଥିବା ନେତାଙ୍କ ମୁହଁରୁ ନିରଞ୍ଜନଙ୍କ ଗୁଣଗାନ ଶୁଣିବାକୁ ମିଳିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହେଉଛନ୍ତି ଭୀଷ୍ମ ପିତାମହ ।  ଏକଥା କହିଛନ୍ତି  କଂଗ୍ରେସ ନେତା ସନତ ଦାସ । 

    ଗତ କିଛି ଦିନ ତଳେ ପାନ୍ଥ ନିବାସରେ ଅନୁଷ୍ଠିତ ଚିନ୍ତନ ବୈଠକରେ ଯୋଗଦେଇଥିବା କିଛି ନେତାଙ୍କୁ  ଶୁକ୍ରବାର ନିରଞ୍ଜନ ପଟ୍ଟନାୟକ ଡାକି ବୈଠକ କ’ଣ ପାଇଁ କଲ ବୋଲି ସେମାନଙ୍କୁ ପଚାରିଥିଲେ ।  ଗଣମାଧ୍ୟମ ଆଗରେ କାହିଁକି ଏସବୁ କହୁଛ ବୋଲି ଶ୍ରୀ ପଟ୍ଟନାୟକ ପଚାରିଥିଲେ ।   କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାରକୁ ମିଡିଆକୁ କାହିଁକୁ ନେଉଛ ବୋଲି ଶ୍ରୀ ପଟ୍ଟନାୟକ ସମ୍ପୃକ୍ତ ନେତାମାନଙ୍କୁ ପଚାରିଥିଲେ । ତେବେ ନିରଞ୍ଜନଙ୍କ ସିଧା ଆକ୍ରମଣରେ ସମ୍ପୃକ୍ତ ନେତା ଅର୍ଥାତ ତାଙ୍କ ବିରୋଧୀଙ୍କ ପାଟି ଖନି ମାରିଯାଇଥିଲା । 

    ନିରଞ୍ଜନଙ୍କ ଟୁ୍ୟସନ ପରେ ତାଙ୍କ ବିରୋଧୀ ଗୋଷ୍ଠୀ କଥା ବଦଳାଇ ଦେଇଛନ୍ତି ।  ନିରଞ୍ଜନ ବଦଳିବା ଦରକାର ବୋଲି କହିଥିବା ସନତ ଦାସ ତାଙ୍କ କଥା ବଦଳାଇ ଦେଇଛନ୍ତି ।  ଆମେ କେବେ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କହିନଥିଲୁ । ନିରଞ୍ଜନ ବାବୁ ହେଉଛନ୍ତି ଭୀଷ୍ମ ପିତାମହ, ତାଙ୍କ ଆଶୀର୍ବାଦ ନେବାକୁ ଆସିଥିଲୁ ବୋଲି ଶ୍ରୀ ଦାସ କହିଛନ୍ତି । ଏହାଛଡ଼ା ଯାହା ପାଇଁ ଲାଗୁଛ ସେ ବେଷ୍ଟ କ୍ୟାଣ୍ଡିଡେଟ ବୋଲି ନିରଞ୍ଜନ ପଟ୍ଟନାୟକ କାଳେ କହିଥିବା ଶ୍ରୀ ଦାସ କହିଛନ୍ତି । 

    ଅନ୍ୟପକ୍ଷରେ ଗଣମାଧ୍ୟମ ଭୁଲ ତଥ୍ୟ ପ୍ରସାରଣ କରୁଥିବା କଂଗ୍ରେସ ନେତା ବିଶ୍ୱଜିତ ଦାସ କହିଛନ୍ତି । ଆମେ କାହାକୁ ବିରୋଧ କରି ଏକାଠି ହୋଇନଥିଲୁ ବୋଲି ସେ କହିଛନ୍ତି । 

    ପ୍ରକାଶ ଯେ,  ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ   କଂଗ୍ରେସ ନେତା ବାପି ସର୍ଖେଲଙ୍କ ନେତୃତ୍ୱରେ ନେତାମାନେ ଗତକାଲି  ମେଳି ବାନ୍ଧିଥିଲେ ।   ଏନେଇ ପାନ୍ଥ ନିବାସରେ ଅନୁଷ୍ଠିତ  ବୈଠକରେ ବହୁ ନେତା ଏକାଠି ହୋଇଥିଲେ ।  ଏହି ଅବସରରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ପଦରୁ ହଟାଇ ତାଙ୍କ ସ୍ଥାନରେ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ନିଯୁକ୍ତ କରିବାକୁ  ଦାବି କରାଯାଇଥିଲା ।  କାରଣ ନିରଞ୍ଜନ ପଟ୍ଟନାୟକ ଦଳକୁ ସଠିକ ନେତୃତ୍ୱ ଦେଇପାରୁନଥିବା ନେତାମାନେ ଅଭିଯୋଗ  କରିଥିଲେ ।   ଏନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ଦାବି ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
    ଏହା ପରେ  ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ମୋତେ ମୁକ୍ତି ଦିଅ । ମୁଁ ପିସିସି ସଭାପତି ପଦରେ ରହିବାକୁ ଚାହୁଁନାହିଁ । ଯେଉଁମାନେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ସେମାନେ ମୋତେ କୁହନ୍ତୁ ।  ମୁଁ ସେମାନଙ୍କ ନାମ ଏଆଇସିସିକୁ ସୁପାରିଶ କରିବି ।  ଅଯଥାରେ ଏମିତି ମେଳି କରି କଂଗ୍ରେସକୁ ଆଉ ତଳିତଳାନ୍ତ କରନ୍ତୁନି ବୋଲି ନିରଞ୍ଜନ ପଟ୍ଟନାୟକ କହିଥିଲେ ।
    ଏହାଛଡ଼ା ସେ କହିଥିଲେ ଯେ,  କଂଗ୍ରେସରେ ଏମିତି ମେଳି, ଚକ୍ରାନ୍ତ ନୂଆ ନୁହେଁ । ଏହା କଂଗ୍ରେସ ନେତାଙ୍କ ପୁରୁଣା ରୋଗ ।  ଯେଉଁମାନେ ପିସିସିରେ ପଦବୀ କି ଟିକେଟ ପାଇନଥିଲେ ସେମାନେ ଏମିତି କରୁଛନ୍ତି ।   ମୋତେ ପିସିସି ସଭାପତି ପଦବୀରୁ ବାହାର କରିବାକୁ ବୈଠକ କରିବା କିଛି ଦରକାର ନାହିଁ ।  ମୁଁ ଉକ୍ତ ପଦବୀରେ ରହିବାକୁ ଚାହୁଁନାହିଁ । ମୋତେ ମୁକ୍ତି ଦେଇ ପଦବୀ କିଏ ନେବ କହନ୍ତୁ ବୋଲି ନିରଞ୍ଜନ ପଟ୍ଟନାୟକ କହିଥିଲେ ।
    ନୂଆଦିଲ୍ଲୀ

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook