Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୋତେ ମୁକ୍ତି ଦିଅ: ନିରଞ୍ଜନ

    Share on :
    ajab-Image
    Date: Oct 30, 2019    Views: 1735

    ଭୁବନେଶ୍ୱର: ମୋତେ ମୁକ୍ତି ଦିଅ । ମୁଁ ପିସିସି ସଭାପତି ପଦରେ ରହିବାକୁ ଚାହୁଁନାହିଁ ।  ଏଭଳି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।  ତାଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ କଂଗ୍ରେସ ନେତାଙ୍କ ମେଳି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି ।

    ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,  ଯେଉଁମାନେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ସେମାନେ ମୋତେ କୁହନ୍ତୁ ।  ମୁଁ ସେମାନଙ୍କ ନାମ ଏଆଇସିସିକୁ ସୁପାରିଶ କରିବି ।  ଅଯଥାରେ ଏମିତି ମେଳି କରି କଂଗ୍ରେସକୁ ଆଉ ତଳିତଳାନ୍ତ କରନ୍ତୁନି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

    ଏହାଛଡ଼ା ସେ କହିଛନ୍ତି ଯେ,   କଂଗ୍ରେସରେ ଏମିତି ମେଳି, ଚକ୍ରାନ୍ତ ନୂଆ ନୁହେଁ । ଏହା କଂଗ୍ରେସ ନେତାଙ୍କ ପୁରୁଣା ରୋଗ ।  ଯେଉଁମାନେ ପିସିସିରେ ପଦବୀ କି ଟିକେଟ ପାଇନଥିଲେ ସେମାନେ ଏମିତି କରୁଛନ୍ତି ।   ମୋତେ ପିସିସି ସଭାପତି ପଦବୀରୁ ବାହାର କରିବାକୁ ବୈଠକ କରିବା କିଛି ଦରକାର ନାହିଁ ।  ମୁଁ ଉକ୍ତ ପଦବୀରେ ରହିବାକୁ ଚାହୁଁନାହିଁ । ମୋତେ ମୁକ୍ତି ଦେଇ ପଦବୀ କିଏ ନେବ କହନ୍ତୁ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । 

    ପ୍ରକାଶ ଯେ,  ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ   କଂଗ୍ରେସ ନେତା ବାପି ସର୍ଖେଲଙ୍କ ନେତୃତ୍ୱରେ  ନେତାମାନେ ମେଳି ବାନ୍ଧିଥିଲେ ।   ଏନେଇ ପାନ୍ଥ ନିବାସରେ ଅନୁଷ୍ଠିତ  ବୈଠକରେ ବହୁ ନେତା ଏକାଠି ହୋଇଥିଲେ ।  ଏହି ଅବସରରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ପଦରୁ ହଟାଇ ତାଙ୍କ ସ୍ଥାନରେ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ନିଯୁକ୍ତ କରିବାକୁ  ଦାବି କରାଯାଇଥିଲା ।  କାରଣ ନିରଞ୍ଜନ ପଟ୍ଟନାୟକ ଦଳକୁ ସଠିକ ନେତୃତ୍ୱ ଦେଇପାରୁନଥିବା ନେତାମାନେ ଅଭିଯୋଗ  କରିଥିଲେ ।   ଏନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ଦାବି ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । 

     

    Maximum 500 characters

    ରାଜନୀତି View all

    Find Us on Facebook