Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଂଗ୍ରେସ ଭବନ: ଗୋଟିଏ ଦିନରେ ଦୁଇ ଦୁଇ ଥର ଭଙ୍ଗାରୁଜା

    Share on :
    ajab-Image
    Date: Oct 14, 2021    Views: 3772

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ଗୋଟିଏ ଦିନରେ ଦୁଇ ଦୁଇ ଥର ଭଙ୍ଗାରୁଜା ହୋଇଛି । ସକାଳେ ଯୁବ କଂଗ୍ରେସ ସଭାପତିଙ୍କ କାର୍ୟ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା । ଆଉ ସନ୍ଧ୍ୟାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର୍ୟ୍ୟାଳୟରେ ଭଙ୍ଗାରୁଜା ହୋଇଛି । ପିସିସି ସଭାପତି ଓ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନାମଫଳକ ଭଙ୍ଗା ଯାଇଛି । ଏପରିକି ଚ୍ୟାମ୍ବର ସାମ୍ନାରେ ଚେୟାର ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି । 

    ତେବେ କେତେକ ଯୁବକ ଅଫିସରେ ପଶି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ମାତ୍ର କିଏ ଓ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଭଙ୍ଗାରୁଜା କରିଛି ଏଯାଏଁ ଜଣାପଡିନାହିଁ । ତେବେ ଏନେଇ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ଓ ବିଜେଡି ଷଡଯନ୍ତ୍ର କରି ଆମକୁ ଦୁର୍ବଳ କରିବାକୁ ଚାହୁଁଥିବା ସେ କହିଛନ୍ତି । ଏହାସହିତ ଏଇଟା କଂଗ୍ରେସର ଗୋଟିଏ ରୋଗ ଅଟେ । ମୋର ୫୦ ବର୍ଷର ଅଭିଜ୍ଞତା ଭିତରେ ଦେଖିଛି ବହୁ ପୋଡାଜଳା ଓ ଭଙ୍ଗାରୁଜା । 

    ସେହିପରି ବାରମ୍ବାର କଂଗ୍ରେସ ଭବନରେ ଭଙ୍ଗାରୁଜା ହେଉଛି । ଏହି ମନ୍ଦିରକୁ ଧ୍ୱଂସ କରିବାକୁ ଷଡଯନ୍ତ୍ର ଚାଲିଛି । କେହି କାହାକୁ ସହି ପାରୁନାହାନ୍ତି । ଯେଉଁମାନେ ସଭାପତି ହେବା ପାଇଁ ବ୍ୟାକୁଳ ହେଉଛନ୍ତି ସେମାନେ ଚାହୁଁଛନ୍ତି କଂଗ୍ରେସ ବଦନାମ ହେଉ ବୋଲି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook