Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୫୦% ଆସନ ବୃଦ୍ଧି ଫର୍ମୁଲାକୁ ନେଇ ପ୍ରଶ୍ନ ଉଠାଇଲେ ପିସିସି ସଭାପତି

    Share on :
    ajab-Image
    Date: Nov 29, 2026    Views: 2702

    ଭୁବନେଶ୍ୱର: ଓଡ଼ିଶା ଓ ଉତ୍ତରପ୍ରଦେଶ ମଧ୍ୟରେ ଲୋକସଭା ଆସନ ବ୍ୟବଧାନ ୫୯ରୁ ୮୯କୁ ବୃଦ୍ଧି ପାଇବ । ଡିଲିମିଟେସନ୍ ଆଞ୍ଚଳିକ ଅସମାନତାକୁ ବଢ଼ାଇବା ଉଚିତ ନୁହେଁ ବୋଲି କହିଲେ ପିସିସି ସଭାପତି । ଡିଲିମିଟେସନ୍ ଓ ପ୍ରସ୍ତାବିତ ୫୦ ପ୍ରତିଶତ ଆସନ ବୃଦ୍ଧି ଫର୍ମୁଲାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ ।

    ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ଆସନ ବୃଦ୍ଧି ଓ ସଂସଦରେ ରାଜ୍ୟର ରାଜନୈତିକ ପ୍ରଭାବ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇଛନ୍ତି ଭକ୍ତ ଦାସ । ସେ କହିଛନ୍ତି, ଆନୁପାତିକ ପ୍ରତିନିଧିତ୍ୱ ଏକ ଗାଣିତିକ ଧାରଣା। କିନ୍ତୁ ଲୋକସଭା ଭିତରେ ରାଜନୈତିକ ବାସ୍ତବତା ଭିନ୍ନ । ବର୍ତ୍ତମାନ ଓଡ଼ିଶାର ୨୧ ଜଣ ଲୋକସଭା ସାଂସଦ ଥିବାବେଳେ ଉତ୍ତରପ୍ରଦେଶର ୮୦ ଜଣ ସାଂସଦ ଅଛନ୍ତି । ଉଭୟ ରାଜ୍ୟ ମଧ୍ୟରେ ଆସନ ବ୍ୟବଧାନ ୫୯ ରହିଛି । ଡିଲିମିଟେସନ୍ ପରେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୩୧ ଏବଂ ଉତ୍ତରପ୍ରଦେଶର ଆସନ ସଂଖ୍ୟା ୧୨୦ ହେଲେ ଏହି ବ୍ୟବଧାନ ୮୯କୁ ବୃଦ୍ଧି ପାଇବ ।

    ଅର୍ଥାତ୍ ଦୁଇ ରାଜ୍ୟ ମଧ୍ୟରେ ଆସନ ବ୍ୟବଧାନ ଆଉ ୩୦ ବଢ଼ିବ । ଏହାଦ୍ୱାରା ସଂସଦୀୟ ଶକ୍ତି, ବିତର୍କରେ ପ୍ରଭାବ ଏବଂ ମତଦାନ କ୍ଷମତା କ୍ଷେତ୍ରରେ ଅସମାନତା ବଢ଼ିବ ବୋଲି ଭକ୍ତ ଦାସ ଯୁକ୍ତି ବାଢ଼ିଛନ୍ତି । କେବଳ ଓଡ଼ିଶା ନୁହେଁ, ପୂର୍ବ ଓ ଦକ୍ଷିଣ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମଧ୍ୟ ସମାନ ଚିନ୍ତା ରହିଛି । ଡିଲିମିଟେସନ୍ ପ୍ରକ୍ରିୟା ନ୍ୟାୟସଙ୍ଗତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଉଚିତ, ଆଞ୍ଚଳିକ ଅସମାନତା ବୃଦ୍ଧି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଭକ୍ତ ଦାସଙ୍କ ହିସାବ ଅନୁଯାୟୀ, ବର୍ତ୍ତମାନ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ଓଡ଼ିଶାର ୨୧ଟି ଆସନ ରହିଛି ।

    ରାଜ୍ୟର ଆନୁପାତିକ ପ୍ରତିନିଧିତ୍ୱ ୩.୮୭ ପ୍ରତିଶତ । ଲୋକସଭାର ମୋଟ ଆସନ ସଂଖ୍ୟା ୮୫୦ ଏବଂ ଓଡ଼ିଶାର ଆସନ ସଂଖ୍ୟା ୩୧ ହେଲେ ରାଜ୍ୟର ପ୍ରତିନିଧିତ୍ୱ ୩.୬୫ ପ୍ରତିଶତକୁ ହ୍ରାସ ପାଇବ । ଓଡ଼ିଶାର ସାଂସଦ ସଂଖ୍ୟା କେତେ ବଢ଼ିବ, ତାହା ମୁଖ୍ୟ ପ୍ରସଙ୍ଗ ନୁହେଁ । ଲୋକସଭାର ସମ୍ପ୍ରସାରଣ ସହ ତାଳ ଦେଇ ଓଡ଼ିଶାର ଆନୁପାତିକ ପ୍ରତିନିଧିତ୍ୱ ବଜାୟ ରହିବ କି ନାହିଁ, ତାହା ହିଁ ମୁଖ୍ୟ ପ୍ରସଙ୍ଗ । କେବଳ ଆସନ ସଂଖ୍ୟା ବୃଦ୍ଧି ପାଇଲେ ପ୍ରତିନିଧିତ୍ୱ ବଢ଼ିବ ବୋଲି କୁହାଯାଇପାରିବ ନାହିଁ ବୋଲି ଭକ୍ତ ଦାସ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook