Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଗଞ୍ଜାମ ବନ୍ୟା; ବିଜେପି-ବିଜେଡିକୁ ଘେରିଲା କଂଗ୍ରେସ

    Share on :
    ajab-Image
    Date: Nov 11, 2026    Views: 2892

    ଭୁବନେଶ୍ୱର: ଗଞ୍ଜାମରେ ବନ୍ୟାକୁ ନେଇ ଥମୁନି ରାଜନୈତିକ ତାତି । ପ୍ରକୃତିର ପ୍ରକୋପ ନା ପ୍ରଶାସନିକ ଅବହେଳା, ବନ୍ୟାର ବିଭୀଷିକା ପାଇଁ ଦାୟୀ କିଏ ? ଏହି ପ୍ରଶ୍ନ ଉଠାଇ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ମଙ୍ଗଳବାର ଭୁବନେଶ୍ୱର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଦାସଙ୍କ ଅଭିଯୋଗ, ଠିକ୍ ସମୟରେ ଡ୍ୟାମ୍‌ର ଜଳ ପରିଚାଳନା ନକରି ବିଜେପି ସରକାର ବନ୍ୟା ସ୍ଥିତିକୁ ଜଟିଳ କରିଥିବା ବେଳେ, ୨୪ ବର୍ଷର ବିଜେଡି ସରକାର ମଧ୍ୟ ଗଞ୍ଜାମ ପାଇଁ ସ୍ଥାୟୀ ବନ୍ୟା ପ୍ରତିକାରର ବ୍ୟବସ୍ଥା କରିନାହିଁ । ପୂର୍ବରୁ ବନ୍ୟା ମନୁଷ୍ୟକୃତ ବୋଲି ଚର୍ଚ୍ଚା ହେବା ପରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ । ଏପଟେ ସମସ୍ତ ଅଭିଯୋଗର ଜବାବ ରଖିଛନ୍ତି ଆଇନମନ୍ତ୍ରୀ ।
    ପିସିସି ସଭାପତି କହିଛନ୍ତି, ଆଇଏମଡିର ସତର୍କ ସୂଚନା ସତ୍ତ୍ୱେ ଡ୍ୟାମ୍‌ର ଜଳସ୍ତର କାହିଁକି କମାଗଲାନି, ୭ ହଜାର କ୍ୟୁସେକ୍‌ରୁ ହଠାତ୍ ୧ ଲକ୍ଷ ୪୦ ହଜାର କ୍ୟୁସେକ୍ ଜଳ ଛାଡ଼ିବାର ନିଷ୍ପତ୍ତି କିଏ ନେଲା ଏବଂ ଏତେ ବଡ଼ ବିପର୍ଯ୍ୟୟ ପରେ ଦାୟୀ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି, ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ଭକ୍ତ । ଏହାସହ କେବଳ ଦୋଷାରୋପ ନୁହେଁ, ବାରମ୍ବାର ରିଲିଫ୍ ଓ ଥଇଥାନରେ ଖର୍ଚ୍ଚ ନକରି ଗଞ୍ଜାମ ପାଇଁ ସ୍ଥାୟୀ ମାଷ୍ଟରପ୍ଲାନ୍, ୫ ହଜାର କୋଟିର କେନ୍ଦ୍ରୀୟ ସହାୟତା, ଏମଏସପି ଆଧାରରେ ଫସଲ କ୍ଷତିପୂରଣ, ଋଣଯନ୍ତାରେ ଥିବା ଚାଷୀଙ୍କ ଋଣ ଛାଡ଼ ଏବଂ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଦାବି କରିଛି କଂଗ୍ରେସ ।
    ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଭିଯୋଗ ଗଞ୍ଜାମ ବନ୍ୟା ପାଇଁ କେବଳ ବର୍ତ୍ତମାନର ବିଜେପି ସରକାର ନୁହେଁ, ୨୪ ବର୍ଷର ବିଜେଡି ସରକାର ମଧ୍ୟ ସମାନ ଭାବେ ଦାୟୀ । ଗୋଟିଏ ପଟେ ଡ୍ୟାମ୍‌ର ଗେଟ୍ ଖୋଲିବାରେ ବିଳମ୍ବ ଓ ହଠାତ୍ ଜଳପ୍ରବାହ ବୃଦ୍ଧିକୁ ନେଇ ଉତ୍ତର ମାଗିଛି କଂଗ୍ରେସ, ଅନ୍ୟପଟେ ରିଲିଫ୍‌ର ରାଜନୀତି ନୁହେଁ, ବନ୍ୟାର ସ୍ଥାୟୀ ସମାଧାନ ପାଇଁ ମାଷ୍ଟରପ୍ଲାନ୍ ଦାବି କରିଛି ।
    କଂଗ୍ରେସର ଅଭିଯୋଗର କେନ୍ଦ୍ରରେ ରହିଛି ଡ୍ୟାମ୍‌ର ଜଳ ପରିଚାଳନା । ଭକ୍ତ ଦାସଙ୍କ ଦାବି ଅନୁସାରେ, ଆଇଏମଡିର ବାରମ୍ବାର ସତର୍କ ସୂଚନା ସତ୍ତ୍ୱେ ଅକ୍ଟୋବର ୨୩ରୁ ୨୮ ତାରିଖ ମଧ୍ୟରେ ଡ୍ୟାମ୍‌ଗୁଡ଼ିକର ଜଳସ୍ତର କମାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିଲା। ତାଙ୍କ ଅଭିଯୋଗ, ୨୮ ତାରିଖ ଯାଏ ଦୈନିକ ପ୍ରାୟ ୭ ହଜାର କ୍ୟୁସେକ୍ ଜଳପ୍ରବାହ ଥିବାବେଳେ ୨୯ ଓ ୩୦ ତାରିଖରେ ଏହା ହଠାତ୍ ୧ ଲକ୍ଷ ୪୦ ହଜାର କ୍ୟୁସେକ୍‌କୁ ବୃଦ୍ଧି ପାଇଲା । ତେବେ ଏହି ନିଷ୍ପତ୍ତି କିଏ ନେଇଥିଲେ ? ଏହା ପଛରେ କାହାର ଦାୟିତ୍ୱ ରହିଛି ? ଆଉ ଏତେ ବଡ଼ ବିପର୍ଯ୍ୟୟ ପରେ ବି ଦାୟୀ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ? ଏହିସବୁ ପ୍ରଶ୍ନ ଉଠାଇଛି କଂଗ୍ରେସ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook