ମୁଖ୍ୟ ଖବର
ଦଶହରା ପରେ ଓଡ଼ିଶା ବନ୍ଦ ଡାକରା। ୭ ଦିନିଆ ‘ଇକୋନୋମିକ୍ ବ୍ଲକେଡ୍’ ଘୋଷଣା କଲା କଂଗ୍ରେସ। MMDR ଆକ୍ଟ ଏବଂ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ମୁଖ୍ୟ ପ୍ରସଙ୍ଗ କରିଛି ରାଜ୍ୟ କଂଗ୍ରେସ। ରାଜ୍ୟରେ ଖଣି ଲୁଟ୍ ପାଇଁ ବିଜେଡି ମଧ୍ୟ ଦାୟୀ ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ‘ମୁଁ ନୁହେଁ, ଆମେ’ ନାରା ସହ ଆନ୍ଦୋଳନକୁ ତୀବ୍ର କରିବାକୁ ଏକାଠି ହୋଇଛନ୍ତି ଦଳର ନେତା।
ବୈଠକରେ ମୋଟ ୭ଟି ପ୍ରସ୍ତାବ ପାରିତ ହୋଇଛି। ଦଶହରା ପରେ ଓଡ଼ିଶା ବନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି ଭକ୍ତ ଚରଣ ଦାସ। ଏହାସହ ୭ ଦିନ ଧରି ‘ଇକୋନୋମିକ୍ ବ୍ଲକେଡ୍’ ବା ଅର୍ଥନୈତିକ ବନ୍ଦ କରିବାକୁ କଂଗ୍ରେସ ଯୋଜନା କରିଛି। ଏହି ସମୟରେ ଖଣି ଖନନ, ଖଣିଜ ଉତ୍ତୋଳନ ଓ ଖଣିଜ ପରିବହନକୁ ବନ୍ଦ କରିବାକୁ କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏନେଇ ରାଜ୍ୟ ବିଜେପିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Comments ସମସ୍ତ ମତାମତ