Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୋଦି ସରକାର ଏକ ଛାତ୍ର ହତ୍ୟାକାରୀ ସରକାର : ଉଦୟ ଭାନୁ ଚିବ୍‌

    Share on :
    ajab-Image
    Date: Jul 11, 2026    Views: 3129

    ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ମାଷ୍ଟରକ୍ୟାଂଟିନ ସ୍ଥିତ ଏକ୍ସଲେନ୍ସି ହୋଟେଲରେ “ଛାତ୍ରୋଂକି ଗୁଞ୍ଜ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟଭାନୁ ଚିବ୍ ଯୋଗଦେଇ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କିପିରି ଅତ୍ୟାଚାରିତ ଓ ଶୋଷିତ ହେଉଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଭୁବନେଶ୍ୱରର ବିଭିନ୍ନ କଲେଜ ଓ ୟୁନିର୍ଭସିଟିର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୁବ କଂଗ୍ରେସ ପକ୍ଷରୁ ୩ଟି ଦାବି ଉପସ୍ଥାପନ କରାଯାଇଥିଲା । ୧.ପ୍ରଶ୍ନପତ୍ର ପ୍ରଘଟ ମୁକ୍ତ ପରୀକ୍ଷା ଆୟୋଜନ ଏବଂ ପରିଚାଳନା ବ୍ୟବସ୍ଥାକୁ ଉତ୍ତରଦାୟୀ ଓ ସଶକ୍ତ କ୍ରିୟାବିଧି ଯୁକ୍ତ ସୁନିଶ୍ଚିତ କରିବା ।୨.କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ ମନ୍ତ୍ରୀଙ୍କ ସହ ପ୍ରଶ୍ନପତ୍ର ପ୍ରଘଟ ମାଫିଆଙ୍କ ସହ ସମ୍ବନ୍ଧର ତଦନ୍ତ ଦାବି । ୩.ସମସ୍ତ ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟା ଗୁଡ଼ିକ ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଉ । ଶ୍ରୀ ଉଦୟଭାନୁ ଚିବ୍ କହିଲେ ଯେ ଏ  ଦେଶର ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ, ସେମାନଙ୍କୁ ଏବଂ ସେମାନଙ୍କର ଅଭିଭାବକ ମାନଙ୍କୁ କିଭଳି ଶୋଷଣ କରାଯାଉଛି ଏବଂ ନିର୍ଯ୍ୟାତନା ଦିଆଯାଉଛି ସେଥିପ୍ରତି ଜନନାୟକ ରାହୁଲ ଗାନ୍ଧୀ ଗଭୀର ଚିନ୍ତା ପ୍ରକଟ କରିବା ସହ ଉଜୁଡ଼ି ଯାଇଥିବା ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପ୍ରକ୍ରିୟାର ସୁଧାର ପାଇଁ ଏକ ସଂକଳ୍ପବଦ୍ଧ ସଂଗ୍ରାମ କରିବାକୁ ଶ୍ରୀଯୁକ୍ତ ଗାନ୍ଧୀ ଏ ଦେଶର ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି । କେବଳ ଶିକ୍ଷା ପ୍ରାପ୍ତି ନୁହେଁ ସେ ଶିକ୍ଷାପରେ ନିଯୁକ୍ତି ବା କର୍ମସଂସ୍ଥାନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।  କୋଟାରେ “ଛାତ୍ରୋଂକି ଗୁଞ୍ଜ” କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ଶ୍ରୀ ଗାନ୍ଧୀ ଏ ଦେଶର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କର ଯନ୍ତ୍ରଣା କ’ଣ ଏବଂ ସାମନାରେ ଥିବା ସମସ୍ୟା ସହିତ ସେମାନେ କିଭଳି ଲଢ଼ୁଛନ୍ତି ସେ ଉପରେ ବକ୍ତବ୍ୟ ଦେଇଥିଲେ । 
    ଶ୍ରୀ ଚିବ କହିଲେ ଯେ ଜଣେ ଅଭିଭାବକ କେତେ କଷ୍ଟ ସ୍ୱୀକାର କରି କୋଚିଂ ଫିସ, ହଷ୍ଟେଲ ଫିସ ଏବଂ ଅନ୍ୟାନ୍ୟ ଫିସ ନିଜର ପିଲାମାନଙ୍କ ପାଇଁ ଅତି କମରେ ବର୍ଷକୁ ୪ରୁ ଓ ୫ଲକ୍ଷ ପର୍ଯ୍ୟନ୍ତ ଯୋଗାଡ଼ କରନ୍ତି ଏବଂ ପୁନଃ ପରୀକ୍ଷା ହେଲେ ଏହାର ପ୍ରଭାବ ଅଭିଭାବ ଓ ଛାତ୍ରଛାତ୍ରୀ ମାନଙ୍କ ଉପରେ କେତେ ସାଂଘାତିକ ଭାବରେ ପଡ଼େ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଷମ । ପୁନଃ ପରିକ୍ଷା ଯୋଗୁଁ କେତେକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ସହ ବହୁ ଛାତ୍ରଛାତ୍ରୀ ମାନସିକ ଭାରସାମ୍ୟ ହରାଇ ବସିଲେ । ଏବେବି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଦି ସରକାର ଘଂଟ ଘୋଡାଇ ବସିଛନ୍ତି । ସୁତରାଂ ଏ ସରକାର ଏକ ଛାତ୍ରହତ୍ୟାକାରୀ ସରକାର । ଦେଶରେ ୧୦୦ ଟି ଇଂଜିୟନିୟରିଂ ଛାତ୍ର ମଧ୍ୟରୁ ୮୦ ଜଣ ବେକାର ବୁଲୁଛନ୍ତି । ୨୦୧୪ ମସିହା ପୂର୍ବରୁ ମୋଦିଙ୍କର ବାର୍ଷିକ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ୨୦୨୬ ମସିହା ସୁଦ୍ଧା ସମ୍ଭବ ହୋଇପାରିଲା ନାହିଁ । ଏଆ ପ୍ରତିଶ୍ରୁତି ନୁହେଁ ପ୍ରତାରଣା ହିଁ ଥିଲା ।  ସୁତରାଂ ଏ ଦୁର୍ବଳ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ବ୍ୟାପକ ଛାତ୍ର ଆନ୍ଦୋଳନର ଆବଶ୍ୟକତା ରହିଛି । ଗତ ୧୦ ବର୍ଷର ମୋଦି ସରକାର ୮୯ ଥର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା ବେଳେ ୪୮ ଥର ପୁନଃ ପରୀକ୍ଷା ହୋଇଛି । ୨୨ ଲକ୍ଷ ଛାତ୍ର ଛାତ୍ରୀ ୨୦୨୬ ନିଟ୍ ପେପର ଲିକ୍ ପାଇଁ ପ୍ରଭାବିତ ହୋଇଥିବାବେଳେ ୨୦୨୪ ନିଟ୍ ପେପର ଲିକ୍‌ରୁ ମୋଦୀ ସରକାର କିଛି ଶିକ୍ଷା କଲେ ନାହିଁ । ସୁତରାଂ ମୋଦୀ ସରକାର ଏକ ଲିକ୍ ସରକାର ଏବଂ ଶିକ୍ଷାମନ୍ତ୍ରୀ ଏକ ଲିକ୍ ଶିକ୍ଷାମନ୍ତ୍ରୀ ଭାବେ ଛାତ୍ର ଛାତ୍ରୀମାନଙ୍କ ପାଖରେ ପରିଚିତ । 
    ସେହିଭଳି ଓଡ଼ିଶାରେ ଶିକ୍ଷାବ୍ୟବସ୍ଥା ମଧ୍ୟ ଭୁଷୁଡି ପଡିଛି । ଓଡ଼ିଆ ପାଠ୍ୟ ପୁସ୍ତକରେ ସାହିତ୍ୟ ବହିରେ ଗଣିତ, ଗଣିତ ବହିରେ ସାହିତ୍ୟ, ବୈାଜ୍ଞାନିକ ନିଉଟନକୁ ପାଇଲଟ, ନିୟମଗିରୀ ପର୍ବତ ଝାଡଖଣ୍ଡରେ ଅବସ୍ଥିତ, ଓଡ଼ିଶା ବିଧାନସଭା ଜାଗାରେ କର୍ଣ୍ଣାଟକ ବିଧାନସଭାର ଫଟୋ, ସାହିତ୍ୟ ପୁସ୍ତକରେ ନିମ୍ବୋଡା ନିମ୍ବୋଡା ଗୀତ ପ୍ରଭୃତି ସ୍ଥାନିତ କରିବା ଘଟଣାରେ ଓଡ଼ିଆ ଜାତିର ସ୍ୱାଭିମାନ, ସମ୍ମାନ ଓ ଓଡ଼ିଆ ଅସ୍ମିତା ଭୁଲୁଣ୍ଠିତ ହୋଇଛି । ଓଡ଼ିଶାର ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କ ପ୍ରତି ମୋହନ ସରକାର ବିଶ୍ୱାସଘାତକତା କରିଛନ୍ତି । ସୁତରାଂ ଛାତ୍ର ଛାତ୍ରୀଙ୍କ ପ୍ରତି ଖାମଖିଆଲ ମନୋଭାବ ପୋଷଣ କରିଥିବା ମୋହନ ସରକାରଙ୍କ ବିରୋଧରେ ବ୍ୟାପକ ଛାତ୍ର ଅନ୍ଦୋଳନରେ ଆବଶ୍ୟକତା ରହିଛି । 
    ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଯୁବ କଂଗ୍ରେସ ପ୍ରଭାରୀ ମହେଶ ଦେଶମୁଖ୍‌, ରିୟାନା ରାଜୁ, ପୁର୍ଣ୍ଣଚନ୍ଦ୍ର ପାଢୀ, ସ୍ମୃତି ରଞ୍ଜନ ଲେଙ୍କା, ୟାସିର ନୱାଜ, ସୁଦିପ ସାମଲ, ସମ୍ରାଟ ଜେନା, କୃଷ୍ଣ ମହାନ୍ତି, ଜ୍ଞାନ ରଞ୍ଜନ ରାଉତ, ଗୋପନ ମାର୍ଥା, ସ୍ୱାଗତ କର, ମହମ୍ମଦ ଗୁଲଫାମ, ଆଲୋକ ଦାଶ, ଅମିତ ଆଚାର୍ଯ୍ୟ, ଲକ୍ଷ୍ମୀପ୍ରିୟ ନାୟକ, ଲିପିକା ପାତ୍ର, ବଳରାମ ନନ୍ଦ, ବଟକୃଷ୍ଣ ରାଉତରାୟ, ସୁରଜ ରାଉତ, ସଂଦୀପ ରାଉତରାୟ, ନିଆଜୁଲ ଇସଲାମ, ସୁନିଲ ସାହୁ ଗାନ୍ଧୀ, କାର୍ତ୍ତିକେଶ୍ୱର କାଣ୍ଡି, ମୋହନ ନାୟକ, ଅଙ୍କିତ ସାହୁ, ବିରଞ୍ôଚ ବାରିକ, ସଂଦୀପ ସାମନ୍ତରାୟ, ମଂଟି ଖରା, ସରୋଜ ନାୟକ, ରଞ୍ଜନ ଦାସ, ବଳରାମ ରାଉତ, ପ୍ରୀତମ ପରିଜା, ଚର୍ଚ୍ଚିତ ମାହାଲା, ଅମରେଶ ପରିଡ଼ା, ପବିତ୍ର ସେଠୀ, ବେଣୁପାଣି ଦୁର୍ଗା, ସୁରଜ ବେହେରା, କେଦାର ଦଳାଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook