Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆଦିବାସୀ ବହୁଳ ଓଡ଼ିଶା ରାଜ୍ୟରେ ପେଶା ଆଇନ ଲାଗୁ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ଡ. ଭୁରିଆ

    Share on :
    ajab-Image
    Date: Jul 9, 2026    Views: 2179

    ଭୁବନେଶ୍ୱର: ଆଦିବାସୀ ବହୁଳ ଓଡ଼ିଶା ରାଜ୍ୟରେ ପେଶା ଆଇନ ଲାଗୁ ହୋଇ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଅଖିଳ ଭାରତ ଆଦିବାସୀ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ବିକ୍ରାନ୍ତ ଭୁରିଆ କହିଛନ୍ତି । ଏହି ଅବସରରେ କଂଗ୍ରେସ ଭବନ ଠାରେ ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସର ଉପଦେଷ୍ଟା ପରିଷଦ ବୈଠକରେ ଯୋଗ ଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରି ଆଗାମୀ ଦିନରେ ଆଦିବାସୀ ସ୍ୱାର୍ଥ ପାଇଁ ଆଦିବାସୀ କଂଗ୍ରେସ ଲଢ଼େଇ କରିବ ବୋଲି ଆହ୍ୱାନ ଦେଇଥିଲେ । ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ରାହୁଲ ଗାନ୍ଧୀ ଦେଶ ତମାମ୍ ଆରମ୍ଭ କରିଥିବା “ଛାତ୍ରୋଁ କି ଗୁଞ୍ଜ” କାର୍ଯ୍ୟକ୍ରମ ଶୃଙ୍ଖଳାରେ ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସ ଦ୍ୱାରା ବୁଦ୍ଧ ମନ୍ଦିରରେ ଆୟୋଜିତ ଆଦିବାସୀ ଛାତ୍ରଙ୍କ ସହ ବାର୍ତ୍ତାଳାପ କରି ଆଗାମୀ ଦିନରେ ଏକ ସୁସ୍ଥ ସମାଜ ଗଠନ, ଛାତ୍ରଙ୍କ ଭବିଷ୍ୟତ ନିର୍ମାଣ କରିବା ନିମନ୍ତେ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଥିବା ଡବଲ ଇଞ୍ଜିନ ସରକାରଙ୍କ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଛାତ୍ରମାନଙ୍କୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ ଦେଶବ୍ୟାପୀ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଚାଲିଥିବା “ଛାତ୍ରୋଂ କା ଗୁଞ୍ଜ” କାର୍ଯ୍ୟକ୍ରମରେ ବହୁ ସଂଖ୍ୟା ଛାତ୍ରଛାତ୍ରୀ ଯୋଗ ଦେଇ ଛାତ୍ରଛାତ୍ରୀ ଭବିଷ୍ୟତକୁ ଉଜ୍ଜଳ କରିବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ଆହ୍ୱାନ ଦେଇଥିଲେ । 

    ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଓଡ଼ିଶା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସର ଅଧ୍ୟକ୍ଷ ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ଲାଗୁରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ଗିରିଧାରୀ ଗମାଙ୍ଗୋ, ବିଧାୟକ ରାଜ୍ଜନ ଏକ୍କା, ଆଦିବାସୀ କଂଗ୍ରେସର ଓଡ଼ିଶା ପ୍ରଭାରୀ ଗଣେଷ ସିଂ ଧ୍ରୁବ୍‌, ଶଶି ପାନା, ପ୍ରତାପ ପ୍ରଧାନ, ହାରାବତି ଗଣ୍ଡ, ପ୍ରହଲ୍ଲାଦ ପୁର୍ତ୍ତି ସମେତ ବହୁ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook