Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭୁବନେଶ୍ୱରରେ କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ

    Share on :
    ajab-Image
    Date: Jul 2, 2026    Views: 2510

    ଭୁବନେଶ୍ବର: ଭୁବନେଶ୍ୱରରେ କଂଗ୍ରେସର ନବ ନିଯୁକ୍ତ ପ୍ରଭାରୀ ଲାଲଜୀ ଦେଶାଇ । ଓଡ଼ିଶା କଂଗ୍ରେସକୁ ପୁଣି ଥରେ ସକ୍ରିୟ କରିବାକୁ ହାଇକମାଣ୍ଡଙ୍କ ନୂଆ ରଣନୀତି। ରାଜଧାନୀରେ ପହଞ୍ଚିବା କ୍ଷଣି କର୍ମୀ ଓ ନେତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ଲାଲଜୀ ଦେଶାଇ । କଂଗ୍ରେସ ଭବନରେ ଲାଲଜୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବାବେଳେ ଦଳରେ ଶୃଙ୍ଖଳା ଓ ଶୃଙ୍ଖଳିତକୁ ନେଇ ବାର୍ତ୍ତା ଦେଇଛନ୍ତି ଲାଲଜୀ ।ସେ କହିଛନ୍ତି ଯେ "ମୁଁ ନିଜେ ଶୃଙ୍ଖଳିତ ରହିବି, ଆଶା କରୁଛି ଦଳର ସମସ୍ତ ନେତୃବୃନ୍ଦ ମଧ୍ୟ ଶୃଙ୍ଖଳିତ ରହିବେ।" ଏହି ବାର୍ତ୍ତା କେବଳ ଶୃଙ୍ଖଳାର ଆହ୍ୱାନ ନୁହେଁ, ବରଂ ଓଡ଼ିଶା କଂଗ୍ରେସ ପାଇଁ ଏକ ନୂଆ ଦିଗର ସଙ୍କେତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
    ଭାରତୀୟ ଜାତୀୟ କଂଗ୍ରେସର ଜଣେ ତୃଣମୂଳ ସ୍ତରର ସଂଗଠକ ଓ ପରିବେଶ କର୍ମୀ ଭାବେ ପରିଚିତ ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂତନ ଏଆଇସିସି ପ୍ରଭାରୀ ଭାବେ ସ୍ୱାଗତ କରିଛି ପ୍ରଦେଶ କଂଗ୍ରେସ। କଂଗ୍ରେସ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ, ମହିଳା, ଯୁବ ଓ ଛାତ୍ର ନେତୃବୃନ୍ଦଙ୍କୁ ସମ୍ବୋଧିତ କରି ସେ କହିଥିଲେ, ‘‘ଦଳକୁ ମଜବୁତ କରିବାର ପ୍ରଥମ ସର୍ତ୍ତ ହେଉଛି ଶୃଙ୍ଖଳା। ନେତା ଓ କର୍ମୀମାନେ ଶୃଙ୍ଖଳିତ ହେଲେ ସଂଗଠନ ଆପେଆପେ ଶକ୍ତିଶାଳୀ ହେବ’’ ।ଦୀର୍ଘଦିନ ଧରି ଓଡ଼ିଶା କଂଗ୍ରେସ ଭିତରେ ଗୋଷ୍ଠୀ କନ୍ଦଳ, ଅସନ୍ତୋଷ ଓ ସଂଗଠନଗତ ଦୁର୍ବଳତାକୁ ନେଇ ପ୍ରଶ୍ନ ଉଠୁଥିଲା। ଏପରି ସ୍ଥିତିରେ ନୂତନ ପ୍ରଭାରୀଙ୍କ ପ୍ରଥମ ବାର୍ତ୍ତା ହେଉଛି ଶୃଙ୍ଖଳା ଓ ସଂଗଠନକୁ ସୁଦୃଢ଼ କରିବା।

    ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ‘‘ରାହୁଲ ଗାନ୍ଧୀଙ୍କ ପରାମର୍ଶରେ ତୃଣମୂଳ ସ୍ତରରୁ ଉଠିଆସିଥିବା ଜଣେ ପରିଶ୍ରମୀ ସଂଗଠକଙ୍କୁ ଓଡ଼ିଶାର ପ୍ରଭାରୀ କରାଯାଇଛି। ଏହା ରାଜ୍ୟ କଂଗ୍ରେସରେ ନୂଆ ଆଶା ଓ ନୂଆ ବିଶ୍ୱାସ ସୃଷ୍ଟି କରିବ। ଆଗାମୀ ଦିନରେ ସଂଗଠନକୁ ବୁଥ୍ ସ୍ତରରୁ ସଶକ୍ତ କରିବା ଦଳର ପ୍ରମୁଖ ଲକ୍ଷ୍ୟ’’ ବୋଲି ସେ ସୂଚନା ଦେଇଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook