Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନିଟ ସ୍କାମ ପ୍ରତିବାଦରେ ଛାତ୍ର କଂଗ୍ରେସର ମଶାଲ ରାଲି

    Share on :
    ajab-Image
    Date: May 28, 2026    Views: 2838

    ଭୁବନେଶ୍ୱର : ପ୍ରଦେଶ ଛାତ୍ର କଂଗ୍ରେସ ନେତା ବିଭୂତି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ନିଟ ସ୍କାମ ପ୍ରତିବାଦରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ବିଜେପି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରୁଥିବା ବେଳେ ସେମାନଙ୍କୁ ବନଦୁର୍ଗା ମନ୍ଦିର ଠାରେ ପୋଲିସ ଅଟକାଇଥିଲା । ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଘଣ୍ଟାଏ ଧସ୍ତାଧ୍ୱସ୍ତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ନେତା ବିଭୂତି ମହାପାତ୍ର କହିଛନ୍ତି ଯେ ନିଟ ୟୁଜି ପରୀକ୍ଷାକୁ ବାତିଲ କରିବା ଦ୍ୱାରା ୨୨ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେଲେ ।  ନରେନ୍ଦ୍ର ମୋଦିଙ୍କ ଶାସନରେ ଗତ ୧୦ ବର୍ଷରେ  ୯୦ ଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା ବେଳେ ମୋଦି ସରକାର ଚେତିଲେ ନାହିଁ । ଏହି ପ୍ରଶ୍ନପତ୍ର ପ୍ରଘଟରେ ୬.୫ କୋଟି ଛାତ୍ରଛାତ୍ରୀ ପ୍ରତକ୍ଷ ଓ ପ୍ରରୋକ୍ଷରେ ପ୍ରଭାବିତ ହୋଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୟରେ ପୂର୍ବରୁ ନିଟ ପ୍ରଶ୍ନପତ୍ର ପ୍ରଘଟ ହେଲା ମାତ୍ର ଏହାର ପ୍ରତିକାର ଧର୍ମେନ୍ଦ୍ର ପ୍ରଧାନ କଲେ ନାହିଁ । ତେଲ ମନ୍ତ୍ରୀ ଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନ ପ୍ରଚୁର ଅର୍ଥ ରୋଜଗାର କରୁଥିଲେ ଏବେ ପ୍ରଶ୍ନପତ୍ର ବିକ୍ରୟ କରି ଅର୍ଥ ରୋଜଗାର କରୁଛନ୍ତି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ମୋଦି ସରକାରରେ ଗତ ୫ ରୁ ୭ ବର୍ଷ ଭିତରେ ୧ ଲକ୍ଷ ଚାକିରି ପାଇଁ ୪୧ ଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହୋଇଛି ଯେଉଁଥିରେ ୧ କୋଟି ୪୦ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି ।
    ମୋଦି ସରକାର ଅମଳରେ ପ୍ରଶ୍ନପତ୍ର ବିକ୍ରି ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି ଏବଂ ସ୍ୱତନ୍ତ୍ର ଭାବେ ନିଟୟୁଜି ପରୀକ୍ଷାକୁ ଯେଉଁ ଖାମଖିଆଲି ଭାବରେ ପରିଚାଳନ କରାଯାଇଛି ତାହା ଏ ଦେଶର ଛାତ୍ର ସମାଜକୁ ବ୍ୟଥିତ କରିଛି । ଏନଟିଏ ଏକ ଦଲାଲ ସଂସ୍ଥା ବୋଲି ସାଧାରଣରେ ଆଲୋଚିତ ହେଉଛି । ଏଣୁ ଏନଟିଏକୁ ସ୍ୱତନ୍ତ୍ର ଭାବେ ଉଚ୍ଛେଦ କରାଯାଉ । ନିଟ ୟୁଜି ପରୀକ୍ଷାରେ ଦୁର୍ନୀତି ଯୋଗୁଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ତାଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଉ । ଏହି ପରୀକ୍ଷା ବାତିଲ ପାଇଁ ଯେଉଁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ତାହା ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି । ତାଙ୍କ ପରିବାରକୁ ଅନୂନ୍ୟ ୫ କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉ । ଆଜି ମଧ୍ୟାହ୍ନରେ ଛାତ୍ର କଂଗ୍ରେସ ନେତା ବିଭୂତି ଭୂଷଣ ମହାପାତ୍ର, ସ୍ପନ୍ଦନ ସ୍ୱାଇଁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦାୟୀତ୍ୱ ହିନତାର ତୀବ୍ର ନିନ୍ଦା କରି ଇସ୍ତଫା ଦାବି କରିଥିଲେ । ରାଷ୍ଟ୍ରୀୟ ଏନଏସୟୁଆଇର ଅଧ୍ୟକ୍ଷ  ବିନୋଦ ଜଖରଙ୍କ ନେତୃତ୍ୱ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ପ୍ରେରଣାରେ ନିଟ ଦୁର୍ନୀତି ପ୍ରତିବାଦରେ ଛାତ୍ର କଂଗ୍ରେସ ତାର ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ମଶାଲ ଶୋଭାଯାତ୍ରାକୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ପନ୍ଦନ ସ୍ୱାଇଁ, ବିଶ୍ୱଭୂଷଣ ମହାପାତ୍ର, ସାହାରଖୁ ଖାନ, ଲିପିକା ପାତ୍ର, ନିଆଜୁଲ ଇସଲାମ, ସୁରଜ ରାଉତ, ଚିତ୍ତରଞ୍ଜନ ନାୟକ ପ୍ରମୁଖ ବହୁ ଛାତ୍ର କଂଗ୍ରେସ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ ।  
    ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ସନ୍ତୋଷ ସିଂ ସାଲୁଜା, ସୁଜିତ ପାଢ଼ୀ, ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ, ମନୋରଞ୍ଜନ ଦାଶ, ଅଭିଳାଷ ମାଣିଆ, ତରୁଣ ମିଶ୍ର, ବାଙ୍କନିଧି ବେହେରା, ସିଦ୍ଧାର୍ଥ ରାଉତରାୟ, ବିଶ୍ୱଜିତ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।   

    Maximum 500 characters

    ରାଜନୀତି View all

    Find Us on Facebook