Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଯୁବ କଂଗ୍ରେସକୁ ସିିଜିମାଳିରେ ପଦଯାତ୍ରା କରାଇଦେଲେ ନାହିଁ ସରକାର

    Share on :
    ajab-Image
    Date: May 23, 2026    Views: 2429

    ଭୁବନେଶ୍ୱର : ପ୍ରଦେଶ ଯୁବ କଂଗ୍ରେସ ସଭାପତି  ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ସିଜିମାଳି ବିସ୍ଥାପିତ ଓ ପ୍ରଭାବିତ ମାନଙ୍କୁ ନ୍ୟାୟ ଦେବା ପାଇଁ ଏକ ପଦଯାତ୍ରା ରାୟଗଡା ଜିଲ୍ଲାର କାଶିପୁର କଣ୍ଟାମାଳ ଗ୍ରାମରୁ ଦିନ ୧୧ ବେଳେ ଆରମ୍ଭ ହୋଇଥିଲା । ଏହି ପଦଯାତ୍ରାରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟଭାନୁ ଚିବ୍ ଯୋଗ ଦେଇଥିଲେ । ସେ ବିସ୍ଥାପିତ ମାନଙ୍କ ସହିତ ଆଲୋଚନା କରିଥିଲେ । ମାତ୍ର ମୋହନ ସରକାରର ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଏହି ପଦଯାତ୍ରାକୁ ଆଗକୁ ଯିବାକୁ ଦେଲା ନାହିଁ । ପଦଯାତ୍ରା ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଦି ଧରିବା ସହ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଥିଲା । 

    ଏହି ଅବସରରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି କହିଛନ୍ତି ଯେ ଆଦିବାସୀମାନଙ୍କର ଜମି, ଜଳ ଓ ଜଙ୍ଗଲ ସୁରକ୍ଷା ପାଇଁ ଯୁବ କଂଗ୍ରେସ ଲଢ଼େଇ କରୁଥିଲା । ପରିବେଶ ସୁରକ୍ଷା ଠାରୁ ଆରମ୍ଭ କରି ସେ ଅଂଚଳରେ ବେଆଇନ ଖଣି ଖନନକୁ ଯୁବ କଂଗ୍ରେସ ବିରୋଧ କରୁଥିଲା । ବିନା ଗ୍ରାମ ସଭାରେ ଖଣି ଖନନ କରିବା ଏବଂ ନିରୀହ ଆଦିବାସୀ, ଦଳିତ ଓ ବନବାସୀମାନଙ୍କୁ ତାଙ୍କ ସାତ ପୁରୁଷର ଜାଗାରୁ ହଟାଇ ବକ୍ସସାଇଟ୍ ଲୁଟ୍ କରିବା ପାଇଁ ମୋହନ ସରକାର ଦୃଢ଼ ନିଷ୍ପତ୍ତି ନେଇଛନ୍ତି । ମୋହନ ସରକାର ଏକ ଆଦିବାସୀ ବିରୋଧ ସରକାର । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଦିବାସୀ କିନ୍ତୁ ତାଙ୍କ ଆଚରଣ, ଉଚ୍ଚାରଣ ଓ କାର୍ୟ୍ୟକ୍ରମ ସଂପୂର୍ଣ୍ଣ ଆଦିବାସୀ ବିରୋଧି । ଯେଉଁଭଳି ଭାବରେ ଏଠାରେ ପୁଲିସ ଲଗାଇ ଆଦିବାସୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଛି ତାହା ଅସହ୍ୟ । ପ୍ରଶାସନର ବାରଣ ସତ୍ତ୍ୱେ ଆଜି ଯୁବ କଂଗ୍ରେସ ପଦଯାତ୍ରା ଆରମ୍ଭ କରିଥିଲା । ଯୁବ କଂଗ୍ରେସ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବ । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର କହିଛନ୍ତି ଯେ ପ୍ରଶାସନର ଧମକକୁ ଆମେ ଖାତିର କରିନାହୁଁ । ଆଦିବାସୀଙ୍କ ପାଇଁ ଲଢ଼େଇରେ ଯେତେ ପ୍ରତିବନ୍ଧକ ଆସୁ କିନ୍ତୁ ଆମ ଲକ୍ଷ୍ୟ ପଥରୁ ହଟିବୁ ନାହିଁ । 
     କାର୍ୟ୍ୟକ୍ରମରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପ୍ରଭାରୀ ମହେଶ ଦେଶମୁଖ, ଖୁସି ଟିଗା, ସାଧାରଣ ସମ୍ପାଦକ ସୁଦୀପ ସାମଲ, ରାଜଗାଙ୍ଗପୁର ବିଧାୟକ ସି.ଏସ୍‌.ରାଜ ଏକ୍କା, ଆଲୋକ ଦାସ, ମୋହନ ନାୟକ, ସୁରଜ ବେହେରା, ପବିତ୍ର ସେଠୀ, ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook