Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ଦେଇ ଅନ୍ୟ ରାଜ୍ୟ ନିର୍ବାଚନ ପ୍ରଚାରରେ ମନୋନିବେଶ କରନ୍ତୁ: କଂଗ୍ରେସ

    Share on :
    ajab-Image
    Date: May 19, 2026    Views: 2323

    ଭୁବନେଶ୍ୱର: ନିଟ ପରୀକ୍ଷାରେ ଘଟିଥିବା ଲଜ୍ୟାଜନକ ପ୍ରଶ୍ନ ପତ୍ର ଲିକ ଘଟଣାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା lଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ, ଦେଶର ଛାତ୍ରଙ୍କ ଭବିଷ୍ୟତ ସହିତ ଖେଳିବା ଅତ୍ୟନ୍ତ ଘୃଣିତ କାର୍ଯ୍ୟ ଏବଂ ଏହାକୁ କେବେ କ୍ଷମା କରାଯାଇ ପାରିବ ନାହିଁ l କଂଗ୍ରେସ ସରକାରଙ୍କ ସମୟରେ ଯେତେବେଳେ ମଧ୍ୟ ଦୁର୍ନୀତି ଘଟିଛି ମନ୍ତ୍ରୀଙ୍କୁ ନୈତିକତା ଦୃଷ୍ଟିରୁ ବିଦାୟ କରାଯିବା ସହିତ ଦୋଷୀଙ୍କୁ ଦଣ୍ଡ ଦିଆଯାଇଛି କିନ୍ତୁ ବିଜେପି ସରକାରରେ ଉତ୍ତରଦାୟିତ୍ୱ ମନ୍ତ୍ରୀଗଣ ନ ନେବା ଗଣତନ୍ତ୍ର ପାଇଁ ବିପଦ l

    ବିଧାୟକ ଅଶୋକ ଦାସ ନିଜ ବକ୍ତବ୍ୟରେ କହିଲେ, ପ୍ରଶ୍ନପତ୍ର ପ୍ରଘଟ ଏକ ନିତିଦିନିଆ ଘଟଣା ହୋଇ ଯାଇଛି l ସରକାରଙ୍କ ସମସ୍ତ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ ଓ ବିକ୍ରୀ ସିଣ୍ଡିକେଟ ଚାଲିଛି l ଓଡିଶାରେ ପୁଲିସ ଏସଆଇ ଭର୍ତ୍ତିରେ ଦୁର୍ନୀତିରେ ଛୋଟମାଛକୁ ଧରି ସରକାର ବାହାବା ନେଉଥିବାବେଳେ ବଡ଼ ମାଛ ସବୁ ଖସିକି ପଳାଉଛନ୍ତି l ନୀତି ଓ ନୈତିକତାର ପାଠ ପଢ଼ାଉଥିବା ଦଳ ନିଜ ଉପରକୁ ଆସିଲାବେଳେ ସବୁ ନୀତି ନୈତିକତାକୁ ଜଳାଞ୍ଜଳି ଦେଇ ଦେଉଛି l ତେଣୁ କଂଗ୍ରେସ ଦାବୀ କରୁଛି ଶିକ୍ଷାମନ୍ତ୍ରୀ ଇସ୍ତଫା ଦେଇ ନୀତି ନୈତିକତାର ଦୃଷ୍ଟାନ୍ତ ସୃଷ୍ଟି କରନ୍ତୁ ବୋଲି ବିଧାୟକ ଦାସ ପ୍ରକାଶ କରିଥିଲେ l
    ସମ୍ମିଳନୀରେ ଗଣମାଧ୍ୟମକୁ ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଲେ ଯେ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ,ମୋଦୀ ସରକାରରେ "ଅମୃତ କାଳ" ନିଯୁକ୍ତି-ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ "ମୃତ କାଳ" ସାବ୍ୟସ୍ତ ହେଉଛି।ଖବର ଅନୁଯାୟୀ, ଅନେକ ଛାତ୍ରଛାତ୍ରୀ NEET ପେପର ଲିକ୍‌ର ଆଘାତ ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ଲକ୍ଷ୍ମୀପୁର ଖେରୀର ରିତିକ ମିଶ୍ର, ଦିଲ୍ଲୀର ୨୦ ବର୍ଷୀୟା ଅଂଶିକା ପାଣ୍ଡେ, ରାଜସ୍ଥାନର ଝୁନଝୁନୁର ପ୍ରଦୀପ ମେଘୱାଲ, ଗୋଆରେ ରହୁଥିବା ବେଙ୍ଗାଲୁରୁର ଛାତ୍ର - ସମସ୍ତେ ଏହି ଆତ୍ମଘାତୀ ପଦକ୍ଷେପ ନେଇଛନ୍ତି।କିଏ ପିଲାଦିନୁ ସ୍ୱପ୍ନ ଦେଖିଥିଲା, ତ କିଏ ପରିବାରର ଆଶା ପାଇଁ ସବୁକିଛି ବାଜି ଲଗାଇ ଦେଇଥିଲା, ବର୍ଷ ବର୍ଷ ଧରି ପ୍ରସ୍ତୁତି କରିଥିଲା। କିନ୍ତୁ ମୋଦୀ ସରକାରଙ୍କ ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ବ୍ୟବସ୍ଥା ସେମାନଙ୍କ ସ୍ୱପ୍ନକୁ ଚୂରମାର କରିଦେଲା।ମୋଦୀ ଶାସନରେ ୯୦ ରୁ ଅଧିକ ପେପର ଲିକ୍ ହୋଇସାରିଛି। ୯ କୋଟିରୁ ଅଧିକ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ପ୍ରଭାବିତ ହୋଇଛନ୍ତି। ବେକାରୀର ନିଆଁ ପୂର୍ବରୁ ହିଁ ଯୁବପିଢ଼ିଙ୍କ ଭବିଷ୍ୟତ ନଷ୍ଟ କରୁଛି। ବିଜେପି ସଂରକ୍ଷିତ ପେପର ଲିକ୍ ମାଫିଆ, ନିରପେକ୍ଷ ଓ ସ୍ୱଚ୍ଛ ଭାବେ ପରୀକ୍ଷା କରାଇବା ସରକାରଙ୍କ ଦାବିର ଧଜିଆ ଉଡ଼ାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଜୀ ଏବେ ନିଜେ “ଫ୍ୟାକ୍ଟ ଚେକ୍” (ତଥ୍ୟ ଯାଞ୍ଚ) କରିବାକୁ ଲାଗିଛନ୍ତି… ଗତକାଲି ସେ "Ease of Living" (ସହଜ ଜୀବନଧାରଣ) ଉପରେ tweet କରିଥିଲେ, କିନ୍ତୁ NEET ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଉପରେ ଚୁପ୍ ରହିଲେ। ୨୦୨୪ NEET ପେପର ଲିକ୍ ମାମଲାରେ ଯେଉଁ ଅଧିକାରୀମାନଙ୍କ ଉପରେ ପ୍ରଶ୍ନ ଉଠିଥିଲା, ସେମାନଙ୍କୁ ଦଣ୍ଡ ମିଳିଲାନି, ବରଂ ଗୁରୁତ୍ୱପୂର୍ଣ୍ଣ ଓ ଲାଭଦାୟକ ପଦବୀ ଦିଆଗଲା। ଏହି କାରଣରୁ ପ୍ରତିବର୍ଷ ଯୁବପିଢ଼ିଙ୍କ ଭବିଷ୍ୟତ ଲୁଟ୍ ହେଉଛି। ପରିସ୍ଥିତି ଏପରି ହୋଇଛି ଯେ ଏବେ Delhi Medical Association ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛି। ଏବେ ପାଣି ମୁଣ୍ଡ ଉପରକୁ ଗଲାଣି।
    ମୋଦୀ ଜୀ "ପରୀକ୍ଷା-ଲିକ୍ ଉପରେ ଚର୍ଚ୍ଚା" କରନ୍ତୁ, ଚୁପ୍ ରହିଲେ କିଛି ହେବ ନାହିଁ ବୋଲି କହିବା ସହ କହିଥିଲେ ଯେ,ଓଡିଶା ବିଗତ ଦୁଇ ସପ୍ତାହ ମାନ୍ୟବର ଶିକ୍ଷାମନ୍ତ୍ରୀଙ୍କୁ ଅନୁଧ୍ୟାନ କଲା, କିଛି ପ୍ରତିବାଦ କଲାନି କାରଣ ବିଗତ 11 ବର୍ଷଧରି କେନ୍ଦ୍ରମନ୍ତ୍ରୀ ଭାବରେ ଓଡିଶାର ପ୍ରତିନିଧିତ୍ବ କରୁଛନ୍ତି l ଓଡିଶାବାସୀ ଚିନ୍ତା କରିଥିଲେ ନିଟ ପରୀକ୍ଷାରେ ବାରମ୍ବାର ଲିକ ଯୋଗୁଁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇ ଓଡିଶାର ଗାରିମାକୁ ରକ୍ଷା କରିବେ l କିନ୍ତୁ ସେ ତାହା କଲେ ନାହିଁ l ଆଜି ସାରା ଦେଶର ଛାତ୍ର ଓ ଯୁବବର୍ଗ ତାଙ୍କୁ ଶିକ୍ଷାମନ୍ତ୍ରୀ ନକହି ନିକମ୍ମା ମନ୍ତ୍ରୀ କହିବା ଆରମ୍ଭ କଲେଣି l ଆପଣଙ୍କ ପାଇଁ ଆଜି ସାରା ଓଡିଶା ଲଜ୍ଜିତ l
    ବାହାନଗାରେ ରେଳ ଦୁର୍ଘଟଣା ଘଟି ଶହ ଶହ ଲୋକଙ୍କ କରୁଣ ମୃତ୍ୟୁ ଘଟିଲା, ଏପିସ୍ଟିନ ଫାଇଲରେ ପେଟ୍ରୋଲିୟମ ମନ୍ତ୍ରୀଙ୍କ ନାମ ଆସିଲା, ବର୍ତ୍ତମାନ ନିଟ ପ୍ରଶ୍ନ ପତ୍ର ଦ୍ଵିତୀୟ ଥର ଲିକ ହୋଇ ଛାତ୍ର ପୁଣିଥରେ ପ୍ରସ୍ତୁତ ହୋଇ ପରୀକ୍ଷା ଦେବାକୁ ବାଧ୍ୟ କରାଗଲା କିନ୍ତୁ ଆଶ୍ଚର୍ଯ୍ୟର ବିଷୟ କୌଣସି ମନ୍ତ୍ରୀ ଇସ୍ତଫା ଦେଲେ ନାହିଁ lଏହା ହେଉଛି ବିଜେପି ଦଳର ଅସଲ ସ୍ୱରୂପ l ଦେଶବାସୀ ବିଜେପି ସରକାରଙ୍କ ଏହି ବିଷ କାଳକୁ ଜାଣି ରଖିବା ଉଚିତ ବୋଲି କହିବା ସହ ଶିକ୍ଷାମନ୍ତ୍ରୀ ତୁରନ୍ତ ମନ୍ତ୍ରୀପଦରୁ ହଟି ଅନ୍ୟ ରାଜ୍ୟରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲାଗନ୍ତୁ ବୋଲି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଦାସ କହିଥିଲେ l

    Maximum 500 characters

    ରାଜନୀତି View all

    Find Us on Facebook