ମୁଖ୍ୟ ଖବର
ଭୁବନେଶ୍ୱର : ନିଟ୍ ପରୀକ୍ଷା ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନିର୍ଦ୍ଦେଶରେ ଯୁବ କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ ରାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଦେଶର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳରେ ଦେଶର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ମୋଦୀଙ୍କର ଶାସନର ୧୦ ବର୍ଷରେ ୮୯ଥର ପେପେର ଲିକ୍ ଘଟଣା ଘଟିଛି ଏବଂ ୪୮ ଥର ରିଟେଷ୍ଟ ହୋଇଛି । ଗତ ମେ ମାସ ୩ ତାରିଖ ୨୦୨୬ରେ ଯେଉଁ ନିଟ୍ ୟୁଜି ପରୀକ୍ଷା ହୋଇଥିଲା ତାହାକୁ ଏନ୍.ଟି.ଏ. ଅଶିଦ୍ଧ ଘୋଷଣା କରିଛନ୍ତି । ବିରୋଧିଦଳର ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ଅଣବିଜେପି ଦଳର ନେତାମାନଙ୍କ ବକ୍ତବ୍ୟ ଅନୁସାରେ ଗତ ୭ ରୁ ୧୦ ବର୍ଷ ଭିତରେ ପ୍ରାୟ ୨ କୋଟି ଯୁବକ ଯୁବତୀ ଏହି ପେପର ଲିକ୍ ଘଟଣାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ, ବିଜେପି ଦଳ ଓ ସରକାର ଦେଶର ଭବିଷ୍ୟତ ପିଢ଼ିଙ୍କ ସ୍ୱପ୍ନକୁ ଛାରଖାର କରିଦେଉଛନ୍ତି । ଯେଉଁ ନିଟ୍ ପରୀକ୍ଷା ପେପର ଲିକ୍ ଘଟଣାରେ ୨୪ ଲକ୍ଷ ଛାତ୍ର ଛାତ୍ରୀ ପ୍ରଭାବିତ ହୋଇଛନ୍ତି । ସୁତରାଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ହେବାର ଯୋଗ୍ୟତା ହରାଇଛନ୍ତି । ମୋଦୀ ସରକାର ପରୀକ୍ଷା ପୂର୍ବରୁ ସବୁବେଳେ ପ୍ରଶ୍ନପତ୍ର ବିକ୍ରି କରିଦେଇଥାଏ । ତେଣୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ଦେଶର ଭବିଷ୍ୟତ ପିଢ଼ିମାନଙ୍କୁ ଏପରି ଆଚରଣ ନ କରାଯାଉ । ଆଜିର କାର୍ଯ୍ୟକ୍ରମରେ ଲକ୍ଷ୍ମୀପ୍ରିୟା ନାୟକ, ଜାଭେଦ ଅକ୍ତାର, ଶିଳ୍ପିଶ୍ରୀ ହରିଚନ୍ଦନ, ଆଲୋକ ଦାସ, ବଳରାମ ନନ୍ଦ, ବିରଞ୍ôଚ ବାରିକ, କାର୍ତ୍ତିକେଶ୍ୱର କାଣ୍ଡି, ସୁନିଲ ଗାନ୍ଧୀ, ସନ୍ଦିପ ରାଉତରାୟ, ଚିତ୍ତରଞ୍ଜନ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
Comments ସମସ୍ତ ମତାମତ