Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କେରଳମ୍‌ରେ ବଡ଼ ବିଜୟ ଅଭିମୁଖେ କଂଗ୍ରେସ

    Share on :
    ajab-Image
    Date: May 4, 2026    Views: 2868

    ନୂଆଦିଲ୍ଲୀ: କେରଳରେ ଭୋଟ୍ ଗଣତି ଆଗେଇ ଚାଲିଥିବା ବେଳେ ପ୍ରାରମ୍ଭରୁ ଆଗରେ ଥିବା କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ତା’ର ଦବଦବା ବଜାୟ ରଖିଛି। ଏବେ ୧୪୦ଟି ଯାକ ଆସନରେ ଭୋଟ୍ ଗଣତି ଚାଲିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୯୬ଟି ଆସନରେ ଆଗରେ ରହିଛି। ଏହା ସହିତ ଏହି ମେଣ୍ଟ ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ମ୍ୟାଜିକ୍ ନମ୍ବର ଠାରୁ ବହୁତ ଆଗରେ ରହିଛି। ଏଠାରେ ମ୍ୟାଜିକ୍ ନମ୍ବର ୭୧ ରହିଥିବା ବେଳେ ଦଳ ତା’ଠାରୁ ୨୫ଟି ଆସନରେ ଆଗରେ ରହିଛି।ଶାସକ ସିପିଆଇ (ଏମ୍) ନେତୃତ୍ୱାଧୀନ ମେଣ୍ଟ ‘ଏଲ୍ଡିଏଫ’ ୪୨ଟି ଆସନରେ ଆଗରେ ରହିଛି। ବିଜେପି ମେଣ୍ଟ ମାତ୍ର ଗୋଟିଏ ଆସନରେ ଆଗରେ ରହିଥିବା ବେଳେ ଅନ୍ୟାନ୍ୟ ୨ଟି ଆସନରେ ଆଗରେ ରହିଛନ୍ତି। କେରଳମ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ପଛରେ ଚାଲିଛନ୍ତି। ସେ  ‘ଧର୍ମଦାମ’ ଆସନରେ ପଛରେ ରହିଛନ୍ତି। ତାଙ୍କ ସହିତ ତାଙ୍କ କ୍ୟାବିନେଟ୍‌ର ୧୨ ଜଣ ମନ୍ତ୍ରୀ ମଧ୍ୟ ପଛରେ ଚାଲିଛନ୍ତି।
    ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା କେରଳମ ବିଧାନସଭାର ବିରୋଧୀ ଦଳ ନେତା ଭିଡି ସତୀଶନ ଆଗରେ ରହିଛନ୍ତି। ସେ ପରବୂର ଆସନରେ ଆଗରେ ଚାଲିଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook