Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭୁବନେଶ୍ବର ଫେରିଲେ କଂଗ୍ରେସ ବିଧାୟକ

    Share on :
    ajab-Image
    Date: Apr 4, 2026    Views: 3147

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହଟାଅ ଅଭିଯାନରେ ଦିଲ୍ଲୀ ଯାଇଥିବା କଂଗ୍ରେସର ୫ ବିଧାୟକ ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ, ସାଗର ଦାସ, ସତ୍ୟଜିତ ଗମାଙ୍ଗ ଏବଂ କାଡ୍ରାକା ଆପାଲା ସ୍ବାମୀ ଦିଲ୍ଲୀ ଯାଇଥିଲେ।

    ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ କାଡ଼ାମଙ୍କୁ ପଦରୁ ହଟାଇବାକୁ କଂଗ୍ରେସର ୬ ବିଧାୟକ ଗୁରୁବାର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ କୋଷାଧ୍ୟକ୍ଷ ଅଜୟ ମାକନଙ୍କୁ ଭେଟିଥିଲେ। ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସାମ ଓ କେରଳ ବିଧାନସଭା ନିର୍ବାଚନ ପ୍ରଚାରରେ ଥିବା ଯୋଗୁଁ ଏହି ବିଧାୟକମାନେ ତାଙ୍କୁ କିମ୍ବା ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କୁ ସାକ୍ଷାତ କରିପାରିନଥିଲେ। ଦିଲ୍ଲୀ ଯାଇଥିବା ୬ ବିଧାୟକଙ୍କ ମଧ୍ୟରୁ ସତ୍ୟଜିତ ଗମାଙ୍ଗଙ୍କୁ ଛାଡ଼ି ଅନ୍ୟମାନେ ଭୁବନେଶ୍ବର ଫେରିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook