Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆସାମ ବିଧାନସଭା ନିର୍ବାଚନ, ୧୦୦ ଆସନରେ ଲଢ଼ିବ କଂଗ୍ରେସ

    Share on :
    ajab-Image
    Date: Mar 22, 2026    Views: 2373

    ଗୁଆହାଟୀ: ଆସାମରେ ଅନ୍ୟ ୫ଟି ଦଳ ସହ ମେଣ୍ଟ କରି କଂଗ୍ରେସ ଚଳିତବର୍ଷ ବିଧାନସଭା ନିର୍ବାଚନ ଲଢ଼ିବ ।  ଏହି ସୂଚନା ଦେଇଛନ୍ତି ଆସାମ କଂଗ୍ରେସ ମୁଖ୍ୟ ଗୌରବ ଗୋଗୋଇ । ସେ କହିଛନ୍ତି ରାଜ୍ୟର ୧୨୬ ବିଧାନସଭା ଆସନରୁ କଂଗ୍ରେସ ୧୦୦ଟିରେ ଲଢ଼ିବ । ଅନ୍ୟ ୨୬ଟି ଆସନ ୫ଟି ଦଳକୁ ଆବଣ୍ଟନ କରଯିବ । ସମସ୍ତ ୬ ଦଳ ଏକାଠି ଲଢ଼ିବେ ଓ ଶାସକ ବିଜେପିକୁ ଗାଦିଚ୍ୟୁତ କରି ରାଜ୍ୟରେ କ୍ଷମତା ଦଖଲ କରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଜୋର୍ହାଟ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଥିବା ୩ ଥରର ସାଂସଦ ଗୋଗୋଇ ଏକ ଖବର ସରବରାହ ସଂସ୍ଥାକୁ ଏହି ସୂଚନା ଦେଇଛନ୍ତି ।

    ସେ କହିଛନ୍ତି ମେଣ୍ଟର ଅନ୍ୟ ୫ଟି ଦଳ ମଧ୍ୟରେ ରହିଛି ଆସାମ ଜାତୀୟ ପରିଷଦ, ରାଇଜୋର ଦଳ, ସିପିଏମ୍, ସିପିଆଇ (ଏମ୍ଏଲ୍) ଏବଂ ଅଲ୍ ପାର୍ଟି ହିଲ୍ ଲିଡର୍ସ କନ୍ଫରେନ୍ସ । କଂଗ୍ରେସ ଏପର୍ୟ୍ୟନ୍ତ ୪ଟି ପର୍ୟ୍ୟାୟରେ ୯୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଗତ ୧୦ ବର୍ଷ ହେଲା ରାଜ୍ୟରେ ବିଜେପି ସରକାର ରହିଛି । କିନ୍ତୁ ରାଜ୍ୟରେ କଂଗ୍ରେସର ପ୍ରଭାବ ମଧ୍ୟ ବଢ଼ିଛି । ୨୦୧୬ରେ କଂଗ୍ରେସ ୨୬ ଆସନ ପାଇଥିଲା ବେଳେ ୨୦୨୧ରେ ଏହା ୨୯କୁ ବୃଦ୍ଧି ପାଇଥିଲା । ଆସାମର ସମସ୍ତ ବିଧାନସଭା ଆସନରେ ଗୋଟିଏ ପର୍ୟ୍ୟାୟରେ ଏପ୍ରିଲ ୯ରେ ଭୋଟ ଗ୍ରହଣ କରାଯିବ । ମେ ୪ରେ ଫଳାଫଳ ଘୋଷଣା ହେବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook