Share on :
0
Date: Mar 14, 2026 Views: 2943
ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ରନ୍ଧନଗ୍ୟାସ ଦରବୃଦ୍ଧି ଏବଂ ଏହାର ସାଙ୍ଘାତିକ ଅଭାବ ପ୍ରତିବାଦରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଜିଲ୍ଳା କଂଗ୍ରେସ ପକ୍ଷରୁ ଏକ ସ୍ମାରକପତ୍ର ଏଡିଏମ, ଭୁବନେଶ୍ୱରଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ଜେନା କହିଲେ ଯେ ଆଜି ରନ୍ଧନଗ୍ୟାସର ଦରବୃଦ୍ଧି ଓ ଅଭାବକୁ ନେଇ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଛାଦିନର ବାସ୍ତବ ଚିତ୍ର । ଗତ ୨୦୨୫ ରେ ମୋଦି ସରକାର ସିଲିଣ୍ଡର ପିଛା ୫୦ ଟଙ୍କା ଦରବୃଦ୍ଧି କରିଥିବା ବେଳେ ଏବେ ପୁଣି ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି କରିଛନ୍ତି । ବ୍ୟବସାୟୀକ ସିଲିଣ୍ଡର ପିଛା ୧୧୫ ଟଙ୍କା ବଢ଼ାଇଛନ୍ତି । ୟୁପିଏ ସରକାର ସମୟରେ ୨୦୧୪ ମସିହା ସୁଦ୍ଧା ସିଲିଣ୍ଡର ପିଛା ୪୫୦ ଟଙ୍କା ଥିଲା । ଏବେ ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ହେଲାଣି । ଏବେ ରନ୍ଧନଗ୍ୟାସର କଳାବଜାରି ଆରମ୍ଭ ହୋଇଗଲାଣି । ସିଲିଣ୍ଡର ପିଛା ୨୦୦୦-୨୫୦୦ ଟଙ୍କା ରେ କିଣିବାପାଇଁ ଲୋକେ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଅଯଥା ଆମେରିକା-ଇଜ୍ରାଏଲ-ଇରାନର ଯୁଦ୍ଧ ପରିସ୍ଥିତି ଭିତରକୁ ଭାରତକୁ ଠେଲି ଦେଉଛନ୍ତି । ମୋଦିଙ୍କର ଭୁଲ ନୀତି ଯୋଗୁଁ ଆଜି ଭାରତରେ ଦୟନୀୟ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ହାଣ୍ଡିଶାଳରେ ସରକାର ମହଙ୍ଗାମାଡ ଦେଉଛନ୍ତି । ଏପରିକି ସ୍କୁଲ, କଲେଜ, ହସପିଟାଲ ପ୍ରଭୃତିରେ ନାହିଁ ନଥିବାର ଅବସ୍ଥା ଦେଖିବାକୁ ମିଳୁଛି । ସୁତରାଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ତୁରନ୍ତ ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଦାବି କରାଯାଉଛି ।
ଆଜିର କାର୍ଯ୍ୟକ୍ରମରେ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, କିଶୋର ଜେନା, ମନୋରଞ୍ଜନ ଦାଶ, ବିଶ୍ୱଜିତ ଦାଶ, ପ୍ରଶାନ୍ତ ଚମ୍ପତ୍ତି, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର, କୃଷ୍ଣଚନ୍ଦ୍ର ପତି, ଜୟକୃଷ୍ଣ ମଲ୍ଲିଆ, ଜୟକୃଷ୍ଣ ସୁବୁଦ୍ଧି, ସୁନିତା ବିଶ୍ୱାଳ, ସୂର୍ଯ୍ୟକାନ୍ତ ଜେନା, ମିହିର ଆଚାର୍ଯ୍ୟ, ଜୟଶ୍ରୀ ପାତ୍ର, ଆଶିଷ ମଲ୍ଲିକ, ପ୍ରଭାତ ପ୍ରତାପ ସିଂ, ରାଜକିଶୋର ବାରିକ, ଶ୍ରୀୟାସ୍ମିତା ପଣ୍ଡା, ଆତ୍ମାରାମ ପତି, ଦେବରାଜ ମିଶ୍ର, ବିନୋଦ ପାଣି, ଲୁଲୁ ଏହମ୍ମଦ, ମଂଟୁ ମଲ୍ଲିକ, ଆଦିତ୍ୟ ଅଂଶୁମାନ ପାତ୍ର, ଖଗେଶ୍ୱର ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Comments ସମସ୍ତ ମତାମତ