Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ରାଜନୀତିରେ ପ୍ରୟାସ କରିବା ଅପରାଧ ନୁହେଁ’

    Share on :
    ajab-Image
    Date: Feb 4, 2026    Views: 2776

    ଭୁବନେଶ୍ୱର: ଆଗକୁ ରାଜ୍ୟସଭା ନିର୍ବାଚନ। ରାଜ୍ୟରେ ୪ଟି ଆସନ ଖାଲି ହେଉଛି । ଏଥିମଧ୍ୟରୁ ଦୁଇଟି ସିଟ୍ ବିଜେପିର ଏବଂ ଗୋଟିଏ ଆସନ ବିଜେଡି ସୁନିଶ୍ଚିତ ଥିବା ବେଳେ ବାକି ଆସନ ପାଇଁ ଅଙ୍କ ଛିଡ଼ୁନି । କଂଗ୍ରେସ ପାଖରେ ସଂଖ୍ୟା ଗରିଷ୍ଠତା ନଥିଲେ ବି ପ୍ରାର୍ଥୀ ଛିଡ଼ା କରିବ ବୋଲି ଏକ ପ୍ରକାର ସୂଚନା ଦେଇଛି । ଏଥିପାଇଁ ବିଜେଡିର ସହଯୋଗ ନେବ ଦଳ । ଏନେଇ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ବୋଲି କହିଛନ୍ତି ।

    ପିସିସି ସଭାପତି କହିଛନ୍ତି, ରାଜ୍ୟର ବୃହତର ସ୍ୱାର୍ଥ ପାଇଁ ନବୀନଙ୍କ ସହ ଆଲୋଚନା ଜରୁରୀ । ବିଜେଡି ଓ କଂଗ୍ରେସର ବିଧାୟକଙ୍ଗକ ସଂଖ୍ୟାକୁ ମିଶାଇଲେ ସମ୍ଭାବନା ଦେଖାଦେଉଛି । ସମ୍ଭାବନାକୁ ନେଇ ରାଜନୀତିରେ ଚେଷ୍ଟା କରିବା ଅପରାଧ ନୁହଁ । ତେଣୁ ଦଳର ମର୍ୟ୍ୟାଦା ପାଇଁ କଂଗ୍ରେସ ଲଢ଼େଇ କରିବା ବୋଲି ଭକ୍ତ ଚରଣ ଦାସ କହିଛନ୍ତି ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook