Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସର ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରାର ଶୁଭାରମ୍ଭ

    Share on :
    ajab-Image
    Date: Jan 31, 2026    Views: 2927

    ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ଠାରେ କଂଗ୍ରେସର ‘ଗାନ୍ଧି ପଥେ ଓଡ଼ିଶା’ ପଦଯାତ୍ରାର ଶୁଭାରମ୍ଭ ହୋଇଛି। କଂଗ୍ରେସର ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବିଧାୟକ ଅଶୋକ ଦାସଙ୍କ ସମେତ ବହୁ ନେତୃମଣ୍ଡଳୀ ରକ୍ତତୀର୍ଥ ଇରମ ଶହୀଦ ସମାଧି ପୀଠ ଓ ସ୍ମୃତି ସ୍ତମ୍ବରେ ମାଲ୍ୟର୍ପଣ ପ୍ରଦାନ କରି ପଦଯାତ୍ରା ଶୁଭାରମ୍ଭ କରିଥିଲେ।

    ଇରମ ଠାରୁ ବାସୁଦେବପୁର ପର୍ୟ୍ୟନ୍ତ ବିରାଟ ପଦଯାତ୍ରାରେ ଆସି ସହରର ସତସଙ୍ଗ ମାର୍ଗର ପ୍ରତିବାଦ ସଭାରେ ସରକାରଙ୍କ ଉପରେ ବର୍ଷିଥିଲେ ପିସିସି ସଭାପତି। ରାଜ୍ୟରେ ମଣ୍ଡି ମାନଙ୍କରେ ଧାନର ମାତ୍ରାଧିକ କଟନୀ ଛାଟନୀ, ସ୍ମାର୍ଟ ମିଟର ଜରିଆରେ ଉପଭୋକ୍ତାଙ୍କୁ ଶୋଷଣ, କମ୍ପାନୀକୁ ଅନୁକମ୍ପା, ମହିଳାଙ୍କୁ ନ୍ୟାୟ ମିଳୁ ନଥିବା, ମନରେଗା ଯୋଜନାରେ ଗାନ୍ଧିଜୀଙ୍କ ନାମକୁ ଲିଭାଇ ଦେବାକୁ ସରକାର ଯୋଜନା କରୁଥିବା ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୁଦ୍ଧରେ ନିଜର ସ୍ଵରକୁ ଶାଣିତ କରିଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook