Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭିଭି ଜିରାମଜୀ ଆଇନ ବିରୋଧରେ ଗାଁ ସ୍ତରରୁ ସୃଷ୍ଟି କରାଯିବ ଜନମତ

    Share on :
    ajab-Image
    Date: Jan 21, 2026    Views: 2569

    ଭୁବନେଶ୍ୱର:  ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗନର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ସୁନିଲ ପନୱାର ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଗତ ସଂସଦର ଅଧିବେଶନରେ ପାରିତ ହୋଇଥିବା ଭିଭି ଜିରାମଜୀ ଦେଶର ବିକାଶରେ ବାଧକ ସାଜିବ କାରଣ ମନରେଗା ଆଇନ ଯାହା ଗତ ମନମୋହନ ସିଂହଙ୍କ ସରକାର ଅମଳରେ ଦେଶରେ ଲାଗୁ ହୋଇଥିଲା ଯାହାଦ୍ୱାରା ସାଧାରଣ ମଣିଷମାନେ ନିଜ ଗ୍ରାମ ପାଖରେ କାମ ଏବଂ ରୋଜଗାର ପାଉଥିଲେ । ଯାହା ଦେଶର ବିକାଶରେ ସହାୟକ ହେଉଥିଲା । ବର୍ତ୍ତମାନ ଭିଭି ରାମଜୀ ଆଇନ ତାହାକୁ ସଂପୂର୍ଣ୍ଣ ଭାବରେ ଖତମ କରିଦେବ । ମନରେଗା କେବଳ ଏକ ଆଇନ ନଥିଲା ଏହା ଗରିବ ଲୋକମାନଙ୍କର କାର୍ଯ୍ୟ କରିବାର ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେଉଥିଲା । ଶ୍ରୀ ପନୱାର କହିଲେ ଏହି ଆଇନ ଯଦି ଫେରାଇ ନ ନିଆଯାଏ ଦେଶର ବହୁ କ୍ଷତି ଘଟିବ । ସମ୍ବିଧାନର ଧାରା ୩୯ଏ ୪୧ ଅନୁଯାୟୀ ସାଧାରଣ ଖଟିଖିଆ ମେହନତି ମଣିଷ ମାନଙ୍କର କାମ ଏବଂ ରୋଜଗାରକୁ ସାବସ୍ଥ୍ୟ କରିଥାଏ । ତାହା ଆଜି ପଥଭ୍ରଷ୍ଟ । ଆଗାମୀ ଦିନରେ ଭିବି ଜିରାମଜୀ କଳା ଆଇନ ବିରୋଧରେ ଦେଶତମାମ ମନରେଗା ବଞ୍ଚାଅ ସମାବେଶ ସଂଗ୍ରାମ ଜାରି ରହିବ ।  
    ଆରଜିପିଆରଏସର ଉପାଧ୍ୟକ୍ଷ ଶ୍ରୀ କୁନାଲ ବାର୍ନାଜୀ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ତୃଣମୂଳ ସ୍ତରକୁ  ଯାଇ ଏହି କଳା ଆଇନ ବିରୋଧରେ ଜନଜାଗରଣ ସୃଷ୍ଟି କରିବା ସହିତ ସଂଗଠନକୁ ମଜବୁତ କରିବାପଇଁ କାର୍ଯ୍ୟ କରିବ । 
    ଶେଷରେ  ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ଗତକାଲି ଅନୁଷ୍ଠିତ ହୋଇଥିବା ମନରେଗା ବଞ୍ଚାଅ ସତ୍ୟାଗ୍ରହରେ ଭାଗ ନେଇଥିବା ସମସ୍ତ ସତ୍ୟାଗ୍ରହୀ ଓ କଂଗ୍ରେସର ବରିଷ୍ଠ ନେତୃତ୍ୱ ମାନଙ୍କୁ କିଭଳି ଭାବରେ ହତୋତ୍ସାହିତ କରାଯାଇଛି ତାହା ବର୍ଣ୍ଣନା କରି କହିଲେ ଯେ ସତ୍ୟାଗ୍ରହର ୭ ଦିନ ପୂର୍ବରୁ ମହାମହୀମ ରାଜ୍ୟପାଳଙ୍କୁ ଏକ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ଦେବା ସହିତ ଆଲୋଚନା କରିବାପାଇଁ ସମୟ ମଗାଯାଇଥିଲା । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ କୌଣସି ଉତ୍ତର ବା ପ୍ରତିକ୍ରିୟା ଆସିନଥିଲା ।  ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ଏକ ଗାନ୍ଧୀବାଦୀ ଅହିଂସକ, ଶାନ୍ତିପ୍ରିୟ ସଂଗଠନ ଦୃଷ୍ଟିରୁ ସତ୍ୟାଗ୍ରହୀମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ନିନ୍ଦା ପ୍ରସ୍ତାବ ପାରିତ କରିଥିଲେ ଏବଂ ପ୍ରସ୍ତାବ ରଖିଥିଲେ କି ଏହି ସ୍ମାରକପତ୍ରକୁ ରାଜ୍ୟ ପାଳଙ୍କ ପରିବର୍ତ୍ତେ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଯିବ । 
    ଏହି ସାମ୍ବାଦିକ ସମ୍ମିଳନୀରେ ଜାତୀୟ କନଭେନର ପ୍ରତାପ ପ୍ରଧାନ ଉପସ୍ଥିତ ଥିଲେ ଶେଷରେ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ସଂଗଠନ ସମ୍ପାଦିକ ବିଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook