Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଡବଲ ଇଞ୍ଜିନ୍ ସରକାର ଉପରେ ବର୍ଷିଲେ ପିପିସି ସଭାପତି

    Share on :
    ajab-Image
    Date: Dec 28, 2025    Views: 2483

    ଭୁବନେଶ୍ୱର : କଂଗ୍ରେସ ଭବନରେ ଭାରତୀୟ ଜାତୀୟ କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି। କାର୍ୟ୍ୟକ୍ରମରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ପତକା ଉତ୍ତୋଳନ କରିଥିଲେ। ଏଥିସହ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ଲଢେଇ ଜୋରଦାର କରିବାକୁ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଥିଲେ।କଂଗ୍ରେସ ପ୍ରତିଷ୍ଠା ଦିବସରେ ଓଡ଼ିଶାର ବିଜେପି ସରକାର ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଭକ୍ତ ଚରଣ ଦାସ। ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାର ଅବସ୍ଥା ଆହୁରି ଖରାପ ହୋଇଛି । ଓଡ଼ିଆ ଅସ୍ମିତାର କଥା କହି ବିଜେପି ସରକାରକୁ ଆସିବା ପରେ ଓଡ଼ିଶାରେ ନାରୀ ନିର୍ୟ୍ୟାତନା ବଢ଼ିଛି । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିପଲ୍ ଇନଞ୍ଜିନ୍ ସରକାର ଓଡ଼ିଶା ସ୍ବାର୍ଥ ବିରୋଧରେ କାର୍ୟ୍ୟ କରୁଛି।ଧାନ ସଂଗ୍ରହ ପ୍ରକିୟା ଏକ ପ୍ରହସନରେ ପରିଣତ ହୋଇଛି । ଦେଢ ବର୍ଷରେ ସରକାର ଶୂନ୍ୟ ହୋଇଛି ।ଏହି ସମସ୍ତ ପ୍ରସଙ୍ଗକୁ ନେଇ କଂଗ୍ରେସ ଲଢେଇ କରୁଛି ଆଗକୁ ଲଢେଇ ଜାରି ରଖିବ । ଦେଶରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠାରେ କଂଗ୍ରେସର ଭୂମିକା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ। ଶ୍ରେଷ୍ଠ ସମ୍ବିଧାନ ଗଠନ ମଧ୍ୟ କଂଗ୍ରେସ କରିଥିଲା । କିନ୍ତୁ ଆଜି ଦେଶରେ ଗଣତନ୍ତ୍ର ବଦଳରେ ଫାଶୀବାଦର ପ୍ରଚଳନ ଚାହୁଁଚି ବିଜେପି ସରକାର। ଦେଶରେ ଥିବା ଗଣତାନ୍ତ୍ରିକ ଅନୁଷ୍ଠାନକୁ ପଙ୍ଗୁ କରୁଛି ବିଜେପି ସରକାର। ଦେଶରୁ ନେହୁର ଓ ମହାତ୍ମାଗାନ୍ଧୀଙ୍କୁ ଜନମାନସରୁ ହଟେଇବାକୁ ଉଦ୍ୟମ କରୁଛି ବିଜେପି। ଧର୍ମକୁ ନେଇ ରାଜନୀତି କରୁଛି ବିଜେପି। ଦେଶର ଧର୍ମନିରପେକ୍ଷତାକୁ କୁଠାରଘାତ କରୁଛନ୍ତି। ସିବିଆଇ ଓ ଇଡି ପରି ସଂସ୍ଥାମାନଙ୍କୁ ହାତ ବାରିସି କରି ଦେଶରେ ଭୟର ବାତାବରଣ ସୃଷ୍ଟି କରୁଛି ବିଜେପି ସରକାର ।
    ପିପିସି ସଭାପତି ଆହୁରି କହିଥିଲେ ଯେ, ମୁଖ୍ୟ ନିର୍ବାଚନ ଆୟୋଗର ପରି ନିରପେକ୍ଷ ସଂସ୍ଥାକୁ ପଙ୍ଗୁ କରିଦେଇଛି ମୋଦି ସରକାର। କୋଟି କୋଟି ଭୋଟରଙ୍କୁ ବାଦ ଦେଇ ଭୋଟ ଚୋରିରେ ମାତିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଟଙ୍କାର ବ୍ୟାପକ ଅମୂଲ୍ୟାୟନ ହୋଇ ଚାଲିଛି । ଗୋଟିଏ ଡଲାର ମୂଲ୍ୟ ୯୦ ଟପିଲାଗଲାଣି। ବୈଦେଶୀକ ଋଣ ଭାର ଦୁଇ ଶହ ଲକ୍ଷ କୋଟି ଟଙ୍କା ହେବାକୁ ଯାଉଛି । ଆଗକୁ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଏହାକୁ ବିରୋଧ କରିବ କଂଗ୍ରେସ। ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ସୁର ରାଉତରାୟ, ଶ୍ରୀକାନ୍ତ ଜେନା, ମୀନାକ୍ଷୀ ବାହୀନି ପତି, ପଞ୍ଚାନନ କାନୁନଗୋ ପ୍ରମୁଖ ବରିଷ୍ଠ କଂଗ୍ରେସ ନେତାମାନେ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook