Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୋଦି, ଶାହା ଇସ୍ତଫା ଦେବା ଉଚିତ : ଖଡ଼ଗେ

    Share on :
    ajab-Image
    Date: Dec 17, 2025    Views: 3720

    ନୂଆଦିଲ୍ଲୀ: ଦିଲ୍ଲୀ ଅଦାଲତ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଇଡିର ମନି ଲଣ୍ଡରିଂ ଅଭିଯୋଗର ବିଚାର କରିବାକୁ ମନା କରିବା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି । ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଉଭୟଙ୍କ ଇସ୍ତଫା ଦାବି କରିବ ସହ କହିଛନ୍ତି ଯେ, ଆମେ ସଂସଦ ଭିତରେ ଏବଂ ବାହାରେ ସେମାନଙ୍କ ସହିତ ଲଢ଼ିବୁ ଏବଂ ସେମାନଙ୍କୁ ଶିକ୍ଷା ଦେବୁ ।

    ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ପାଞ୍ଚ ଜଣଙ୍କୁ ଆଶ୍ୱସ୍ତି ଦେଇଛି ଦିଲ୍ଲୀ ଅଦାଲତ । ମଙ୍ଗଳବାର ଦିନ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମନି ଲଣ୍ଡରିଂ ଅଭିଯୋଗର ବିଚାର କରିବାକୁ ମନା କରିଦେଇଛନ୍ତି । ଅଦାଲତ କହିଛି ଯେ ଏଜେନ୍ସିର ତଦନ୍ତ ଏଫଆଇଆରରୁ ନୁହେଁ ବରଂ ଏକ ବ୍ୟକ୍ତିଗତ ଅଭିଯୋଗରୁ ଆରମ୍ଭ ହୋଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଖଡଗେ କହିଛନ୍ତି ଯେ, ଏହି ରାୟ ପରେ ମୋଦି ଏବଂ ଶାହ ଇସ୍ତଫା ଦେବା ଉଚିତ । କାରଣ ଏହା ସେମାନଙ୍କ ମୁହଁରେ ଏକ ଚାପୁଡ଼ା ପରି । ସେମାନେ ଇସ୍ତଫା ଦେବା ଉଚିତ କାରଣ ସେମାନେ ଲୋକଙ୍କୁ ଏପରି ହଇରାଣ କରିବା ଉଚିତ୍ ନୁହେଁ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ, ଦଳୀୟ ନେତା କେ.ସି. ବେଣୁଗୋପାଳ, ଅଭିଷେକ ସିଂଘଭି, ଜୟରାମ ରମେଶ ଏବଂ ପବନ ଖେରା ଉପସ୍ଥିତ ଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook