Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆଦିବାସୀ ଦୟାର ପାତ୍ର ନୁହଁ ଅଧିକାରର ଅଧିକାରୀ

    Share on :
    ajab-Image
    Date: Dec 14, 2025    Views: 2591

    ଭୁବନେଶ୍ୱର:ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାରକୁ ନେଇ କଂଗ୍ରେସ ଭବନଠାରେ ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ସୁଧାଂଶୁ ଦେଓ କହିଥିଲେ, ଆଜିର ଦିନରେ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ଡିସେମ୍ବର 13, 2005 ମସିହାରେ ପାର୍ଲିଆମେଣ୍ଟରେ ଗୃହୀତ ହୋଇଥିଲା l ଏହି ଆଇନର ମୂଳ ଲକ୍ଷ ଥିଲା ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ଓ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଗ୍ରାମବାସୀଙ୍କ ଜୀବନ ଜୀବିକାକୁ ସୁଦୃଢ କରିବା l

    2008 ମସିହାରୁ ଓଡିଶା ସରକାର ଏହି ଆଇନକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ଆରମ୍ଭ କଲେ l ଏହି ଆଇନ ବଳରେ 2005 ଡିସେମ୍ବର 13 ତାରିଖ ଆଗରୁ ଯେଉଁ ଆଦିବାସୀ ଓ ଅନ୍ୟାନ୍ୟ ପରାମ୍ପରିକ ବନବାସୀ ମାନେ 10 ଏକର ଭିତରେ ଯେଉଁ ଜଙ୍ଗଲ ଜମି ଚାଷ ଓ ବାସ ପାଇଁ ବ୍ୟବହାର କରୁଥିବେ ସେମାନଙ୍କୁ ସରକାର ଏହି ଜମିକୁ ବ୍ୟବହାର ପାଇଁ ଏକ ଶିରୋନାମା ପ୍ରଦାନ କରିବାର ବ୍ୟବସ୍ଥା ଅଛି l ଗାଁ ର ପାରମ୍ପରିକ ସୀମା ଭିତରେ ଥିବା ଜଙ୍ଗଲର ପରିଚାଳନା ଓ ବନ୍ୟଜନ୍ତୁ ଶିକାର ବ୍ୟତୀତ ସମସ୍ତ ପାରମ୍ପରିକ ବ୍ୟବହାର ପାଇଁ ସ୍ୱୀକୃତି ପତ୍ର ପ୍ରଦାନ କରିବାର ପ୍ରାବଧାନ ଅଛି l 2023 ପର୍ଯ୍ୟନ୍ତ ଓଡ଼ିଶାର ବିଜେଡି ସରକାର ଏହି ଆଇନକୁ ଠିକ ଭାବେ କାର୍ଯ୍ୟକାରୀ ହୋଇନଥିବାର ସ୍ୱୀକାର କରି ମୋ ଜଙ୍ଗଲ ଜମି ଯୋଜନା ଶୁଭାରମ୍ଭ କରିଥିଲେ ଯାହାର ଲକ୍ଷ ଥିଲା କଂଗ୍ରେସ ଦ୍ୱାରା ପ୍ରଣୋଦିତ 2006 ର ସଫଳ ରୂପାୟନ l ଏଥିପାଇଁ ପ୍ରତି ତହସିଲ ଓ ଆଇଆଇଡିଏ ଅଫିସରେ ଫରେଷ୍ଟ ରାଇଟ ଏକ୍ଟ ସେଲ ଖୋଲାଯାଇ ଜଙ୍ଗଲ ଅଧିକାର ସମ୍ପର୍କିତ କାମକୁ ତ୍ୱରାନ୍ୱିତ କରା ଯାଉଥିଲା କିନ୍ତୁ ଟଙ୍କା ନାହିଁ କହି ଏବେକାର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରି ଦେଇଛି ଓ ଏଫଆରଏ ସେଲ ମାନ ବନ୍ଦ କରି ଦିଆଯାଇଛି l ତେଣୁ ଏବେ ଯେମିତି ବିଜେଡି ଅମଳରେ ଆଦିବାସୀ ମାନେ ବ୍ୟକ୍ତିଗତ ଓ ସାମୁହିକ ଜଙ୍ଗଲ ଜମି ସ୍ୱୀକୃତି ପତ୍ରରୁ ବଞ୍ଚିତ ହୋଇଥିଲେ ସେହିପରି ବଞ୍ଚିତ ହୋଇ ରହିବେ l ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନେ ବିନା ଜଙ୍ଗଲ ଜମି ପଟ୍ଟାରେ ଅନେକ ସରକାରୀ କାର୍ଯ୍ୟକ୍ରମରୁ ବଞ୍ଚିତ ହେବେ ତେଣୁ ସରକାର 30 ହଜାର ପାଖାପାଖି ଗାଁ କୁ ଜଙ୍ଗଲ ପରିଚାଳନାର ଅଧିକାର ଦେଇ ସମସ୍ତ ଜଙ୍ଗଲ ପରିଚାଳନା ଖର୍ଚ୍ଚ ଗ୍ରାମସଭା ମାଧ୍ୟମରେ କରାନ୍ତୁ l
    ବ୍ୟକ୍ତିଗତ ଭାବେ ଚାଷ ବାସ ପାଇଁ ବ୍ୟବହାର କରୁଥିବା ସମସ୍ତ ଆଦିବାସୀଙ୍କୁ ତୁରନ୍ତ ବ୍ୟକ୍ତିଗତ ପଟ୍ଟା ଯୋଗାଇ ଦିଅନ୍ତୁ l ବିଭିନ୍ନ ପ୍ରକାର ବନଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଓ ବିକ୍ରୀ ପାଇଁ ଗ୍ରାମସଭା ସ୍ତରରେ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ l
    ଉପସ୍ଥିତଥିବା ମୁଖପାତ୍ର ଡଃ ମନୀଷା ଦାସ ପଟ୍ଟନାୟକ କହିଲେ, ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା l ଏହି ବିଜେପି ସରକାର ଆଗାମୀ ପାଞ୍ଚ ବର୍ଷରେ ଜଙ୍ଗଲ ଜମି ଆଇନକୁ ଛାରଖାର କରି ଦେବେ ବୋଲି ଜଣା ପଡୁଛି l ଜଙ୍ଗଲ ଅଧିକାର ଆଇନକୁ ସରକାର ଖୋଲାଖୋଲି ଉଲଂଘନ କରୁଛନ୍ତି l ଅନ୍ୟ କିଛି ବ୍ୟବସ୍ଥା ନହେଲା ପର୍ଯ୍ୟନ୍ତ ଆଦିବାସୀଙ୍କୁ ବିସ୍ଥାପିତ କରାଯାଇ ପାରିବ ନାହିଁ, ଜଙ୍ଗଲଜାତ ଦ୍ରବ୍ୟର ବିକ୍ରୀର ଅଧିକାର ଆଦି ପ୍ରଦାନ କରାଯାଉ l ଚୁଡା ମୁଢି କେନ୍ଦୁପତ୍ର ଉପରେ ଜିଏସଟି ହଟାଯାଉ l ଆଦିବାସୀ ଦୟାର ପାତ୍ର ନୁହେଁ, ଆଦିବାସୀ ଅଧିକାରର ଅଧିକାରୀ l ଜଙ୍ଗଲ ଉପରେ ତାଙ୍କର ନିଷ୍ପତ୍ତି ସର୍ବୋପରି ହେବା ଉଚିତ l ନକଲି ଗ୍ରାମସଭାକୁ ତୁରନ୍ତ ବନ୍ଦ କରାଯାଉ l 2006 ଆଇନ ଅନୁଯାଇ ଆଦିବାସୀଙ୍କ ସୁରକ୍ଷା ପ୍ରଦାନ କରାଯାଉ l କଂଗ୍ରେସ ସବୁବେଳେ ଆଦିବାସୀଙ୍କ  ଅଧିକାର କଥା କହେ ସେଥିପାଇଁ ଆଇନ ମଧ୍ୟ କଂଗ୍ରେସ ସରକାର ଆଣିଥିଲା l ଆଦିବାସୀଙ୍କ ସୁରକ୍ଷା ତଥା ଅଧିକାର ହେଉଛି କଂଗ୍ରେସର ପ୍ରାଥମିକତା l
    ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ହିମାଂଶୁ ଲେଙ୍କା ପରିଚୟ ପ୍ରଦାନ ତଥା ଧନ୍ୟବାଦ ଅର୍ପଣ କରିଥିଲେ l

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook