Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସ ଦଳ ଭିତରେ ଛକାପଞ୍ଝା

    Share on :
    ajab-Image
    Date: Dec 12, 2025    Views: 2871

    ଭୁବନେଶ୍ବର: କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍‌। ଏହାକୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି। କିଛି ବରିଷ୍ଠ ‌ନେତା ଏ ସମ୍ପର୍କରେ ମୁହଁ ଖୋଲିଥିଲା ବେଳେ ଅନ୍ୟମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ତେବେ ପିସିସି ସଭାପତି ଭକ୍ତଚରଣ ଦାସ ଏଯାଏଁ ପ୍ରତିକ୍ରିୟା ରଖି ନାହାନ୍ତି। 
    ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ବୟସ ଓ ରାହୁଲ ଗାନ୍ଧୀ ତାଙ୍କୁ ସାକ୍ଷାତ ନଦେବା ଅଭିଯୋଗ ଗ୍ରହଣୀୟ ନୁ‌ହେଁ। ସଂସଦରେ ଖଡ୍‌ଗେଙ୍କ ବିତର୍କ ଶୁଣନ୍ତୁ। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ସେ ବଳିଷ୍ଠ ଯୁକ୍ତି ବାଢ଼ୁଥିବା ସାରା ଦେଶ ଦେଖୁଛି। ସେ ଜଣେ ବିଜ୍ଞ ତଥା ଯୋଗ୍ୟ ବ୍ୟକ୍ତି ବୋଲି ତାଙ୍କୁ ଦଳର ସଭାପତି କରାଯାଇଛି। ତାଙ୍କ ବାବଦରେ ଏମିତି ମନ୍ତବ୍ୟ ଦେବା ଠିକ୍ ନୁହେଁ। ରାହୁଲ ଗାନ୍ଧୀ ଦରିଦ୍ରତମ ଲୋକଙ୍କ କାନ୍ଧରେ ହାତ ପକାଇ ବୁଲନ୍ତି। ତେଣୁ ସେ ଭେଟୁନାହାନ୍ତି ବୋଲି ଅଭିଯୋଗ କରିବା ଠିକ୍ ନୁହେଁ। ଅନନ୍ତ ସେଠୀ କହିଛନ୍ତି, ସେ ସର୍ବୋଚ୍ଚ ନେତ୍ରୀଙ୍କୁ ଚିଠି ଲେଖିଥିଲେ। ଅପେକ୍ଷା କରିବା ଉଚିତ ଥିଲେ। ବାହାରେ ଚର୍ଚ୍ଚା ପାଇଁ ଛାଡ଼ିବା ଠିକ୍ ହେଲାନି। ଗଣମାଧ୍ୟମରେ ଦଳ କଥା ଚର୍ଚ୍ଚା କରିବା ଠିକ୍ ହେଲା ନାର୍ହି।
    ସୁରେଶ ରାଉତରାୟ କହିଛନ୍ତି, କଂଗ୍ରେସକୁ ଶସ୍ତା କରିବା ଠିକ୍ ନୁହେଁ। ଧୈର୍ୟ୍ୟ ଧରିବା ଉଚିତ। କଂଗ୍ରେସ ଏବେ ଉଠୁଛି। ମୋକିମ ବାବୁଙ୍କୁ କଂଗ୍ରେସ କେବେ ଧୋକା ଦେଇନି। ସେ ଯଦି ଚିଠି ଲେଖିଲେ, ତାହା ବାହାରକୁ ଆସିବା କଥା ନୁହେଁ। ତାଙ୍କ ଝିଅ ବି ଦଳରୁ ବିଧାୟକ ହୋଇଛି। ସେ ଭଲ ପ୍ରଦର୍ଶନ କରୁଛି। ତା’ର କ୍ୟାରିୟରକୁ ମୋକିମ୍‌ କାହିଁକି ନଷ୍ଟ କରୁଛନ୍ତି। ଏମିତି ବୟାନବାଜି ଭିତରେ ମୋକିମ ଆଜି ନିଜର ମତ ରଖିଛନ୍ତି। ସେ କହିଛନ୍ତି, ବିଗତ ଦିନରେ ଓଡ଼ିଶାରେ ଯେଉଁମାନେ ଯୁବ ନେତୃତ୍ବ ଥିଲେ ସେମାନେ କଂଗ୍ରେସ ଛାଡ଼ି ଚାଲିଯାଇଛନ୍ତି। ଯେଉଁ ଲୋକଙ୍କୁ କଂଗ୍ରେସ ତିଆରି କରିଛି, ତାଙ୍କୁ କାହିଁକି ଛାଡ଼ିବ। ଯେପରି ଭାବେ କଂଗ୍ରେସ ସମସ୍ତଙ୍କୁ ନେଇ ଚାଲିବ, ସେଥିପାଇଁ ଚିଠି ଲେଖିଛି। ମୋର ବ୍ୟକ୍ତିଗତ ଆକ୍ଷେପ କାହା ପ୍ରତି ନାହିଁ। ଦଳର କର୍ମୀମାନଙ୍କ ଭାଷା ଲେଖିଛି। ମୁଁ ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ଚାହୁଛି। ସେ ହସ୍ତକ୍ଷେପ କରିବେ ବୋଲି ମୋର ଆଶା ରହିଛି।

    Maximum 500 characters

    ରାଜନୀତି View all

    Find Us on Facebook